ଜିଲ୍ଲାପାଳଙ୍କ ଝିଅ ପାଠ ପଢ଼ୁଛନ୍ତି ଅଙ୍ଗନବାଡି କେନ୍ଦ୍ରରେ

ତାମିଲନାଡୁ : ଭଲସ୍କୁଲରେ ପାଠ ପଢ଼ିଲେ ପିଲାମାନେ ଚାଲାକ ହୁଅନ୍ତି । ଭଲ ଇଂରାଜୀ କୁହନ୍ତି । ସେଥିପାଇଁ ବାପାମାଆ ମାନେ ଯେତେ ଟଙ୍କା ଖର୍ଚ୍ଚ ହଉ ପଛେ ପିଲାଙ୍କୁ ଭଲ ଇଂରାଜୀ ମିଡିୟମ ସ୍କୁଲ, ଛୋଟ ପିଲାଙ୍କୁ ପ୍ଲେ ସ୍କୁଲ ଆଦିରେ ନାମ ଲେଖାଇଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଜଣେ ଆଇଏଏସ ଅଫିସର ତାଙ୍କ ନିଜ ଝିଅକୁ ଅଙ୍ଗନବାଡିରେ ପାଠ ପଢ଼ାଉଛନ୍ତି । ଏହାକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ବି ସେ କିନ୍ତୁ ଏହାକୁ ସ୍ୱାଭାବିକ ବୋଲି ଦର୍ଶାଇଛନ୍ତି ।
୨୦୦୯ ମସିହା ବ୍ୟାଚ ଆଇଏଏସ ଅଫିସର ଶିଳ୍ପା ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ । ସେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଛାଡ଼ିବା ପାଇଁ ପ୍ରେରଣା ଦେଉଛନ୍ତି । ତାଙ୍କର କହିବା ଅନୁସାରେ ଅଙ୍ଗନବାଡିରେ ପିଲାଙ୍କ ଯତ୍ନ ନିଆଯାଏ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ାଯାଏ । ଜିଲ୍ଲାପାଳ ନିଜେ ଲୋକମାନଙ୍କୁ ଏକଥା କହିବା ସହ ତାଙ୍କ ଘର ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ନିଜ ଝିଅକୁ ମଧ୍ୟ ଛାଡ଼ନ୍ତି ପାଠପଢ଼ିବା ପାଇଁ । ଜିଲ୍ଲାପାଳଙ୍କ କହିବା କଥା ହେଲା ତିରୁନେଲଭେଲି ଜିଲ୍ଲରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ସମସ୍ତ ସୁବିଧା ଅଛି । ପିଲମାନଙ୍କ ପାଇଁ ଉତ୍ତମ ପୁଷ୍ଟିସାଧନ ସାଙ୍ଗକୁ ସବୁ ଦିଗକୁ ଦେଖି ସେମାନଙ୍କୁ ଶିକ୍ଷା ଯୋଗାଇ ଦିଆଯାଉଛି । ଏହାକୁ ଦେଖି ମୁଁ ମୋର ପିଲାକୁ ଅଙ୍ଗନବାଡିରେ ପାଠ ପଢ଼ିବା ପାଇଁ ଛାଡ଼ିଛି ବୋଲି ସେ କହିଥିଲେ ।