You are here
Home > ବଡ଼ଖବର > ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡ

ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର: ଆଇଏଏସ୍ ଅଫିସର ବିନୋଦ କୁମାର ଆଜି ଭିଜିଲାନ୍ସ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । କୋର୍ଟ ତାଙ୍କୁ ଓଆରଏଚଡିସି ଦୁର୍ନୀତି ଘଟଣାରେ ୩ ବର୍ଷ ଜେଲ୍ ଓ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି । ପୂର୍ବରୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଥିଲେ । ସେ ହାଇକୋର୍ଟ ଯାଇ ଆଗୁଆ ଜାମି ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କୁ ଅନ୍ତରିଣ ସୁରକ୍ଷା କିଛି ଦିନ ପାଇଁ ଦେଇଥିଲେ ମଧ୍ୟ ଆଗୁଆ ଜାମିନକୁ ଅଗ୍ରାହ କରିଦେଇଥିଲେ । ଭିଜିଲାନ୍ସ କୋର୍ଟରେ ଅଗଷ୍ଟ୧୦ ତାରିଖ ସୁଦ୍ଧା ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ସମୟ ଭିତରେ ତାଙ୍କୁ ପୁଲିସ ଗିରଫ କରିପାରିବେ ନାହିଁ ବୋଲି କହିଥିଲେ । ଶୁକ୍ରବାର ସେ ଭିଜିଲାନ୍ସ କୋର୍ଟରେ ହାଜର ହେବା ପରେ ତାଙ୍କୁ ଦଣ୍ଡିତ କରାଯାଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ରାୟ ଶୁଣାଇବା ସମୟରେ ଜଣେ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ ୫ ଜଣ ଅନୁପସ୍ଥିତ ଥିଲେ । ସେମାନେ କୁଆଡ଼େ ଫେରାର ହୋଇଯାଇଥିଲେ । ପରେ ବିନୋଦ କୁମାରଙ୍କୁ ଛାଡ଼ି ୪ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରିଣ ସୁରକ୍ଷା ଲୋଡ଼ିଥିଲେ । କୋର୍ଟ ସେମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ବିନୋଦ କୁମାର ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ ଥର ପାଇଁ ଓଡ଼ିଶା କ୍ୟାଡରର ଜଣେ କାର୍ଯ୍ୟରତ ଆଇଏଏସ୍ ଅଫିସର କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ତାଙ୍କୁ ଏହି ଘଟଣାରେ ଜାମିନ ନ ମିଳିଲେ ସେ ଜେଲ୍ ଯିବେ । ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲା ବେଳେ ଘର ପାଇଁ ଋଣ ପ୍ରଦାନ କ୍ଷେତ୍ରରେ ଦୁର୍ନୀତି ହୋଇଥିôବା ଅଭିଯୋଗ ଆସିଥିଲା । ଭିଜିଲାନ୍ସକୁ ସରକାର ଏହି ମାମଲାର ତଦନ୍ତ ପାଇଁ ଦାୟିତ୍ୱ ଦେଇଥିଲେ । ଭିଜିଲାନ୍ସ ତଦନ୍ତ କରି ୬ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଅନ୍ୟମାନଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇସାରିଛି ।

Loading...
ONA

Leave a Reply

Top