ଘରକୁ ନ ଫେରିବାରୁ ସ୍ତ୍ରୀକୁ କଇଁଚିରେ ମାରିଲା ସ୍ୱାମୀ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ପାରିବାରିକ କଳହର କରୁଣ ପରିଣତି | ସ୍ତ୍ରୀ ଉପରକୁ ରାଗିଯାଇ ସ୍ୱାମୀ କଇଁଚିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଏପରି ଲୋମହଂସକାରୀ ହତ୍ୟା ନୂଆଦିଲ୍ଲାରେ ଘଟିଛି | ଏପିର ଆକ୍ରମଣ ପରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ତେବେ ଏପରି ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି | ଉଲ୍ଲେଖନୀୟ, ତିନି ଦିନତଳେ ସ୍ୱାମୀ-ସ୍ତ୍ରୀଙ୍କ ମତଭେଦ ହେବା ଫଳରେ ସ୍ତ୍ରୀ ନିଜ ଭଉଣୀ ଘରକୁ ଚାଲି ଯାଇଥିଲେ । ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବାକୁ ଅଟୋରେ ଯାଇଥିଲେ । ହେଲେ ସ୍ତ୍ରୀ ରାଜି ହୋଇନଥିଲେ । ସେ ଅନ୍ୟ ଏକ ଅଟୋରେ ଚାଲିଗଲେ । ସ୍ୱାମୀ ତାଙ୍କର ପିଛା କରିଥିଲେ ଓ ନଜଂଗଡ ରୋଡରେ ଥିବା କାଲରା ହସ୍ପିଟାଲ ପାଖରେ ସ୍ତ୍ରୀଙ୍କୁ ଅଟୋକୁ ଅଟକାଇ ତାଙ୍କୁ ଟାଣି ଆଣିଥିଲେ । ତା’ପରେ ସେ କଇଁଚିରେ ସ୍ତ୍ରୀର ବେକ, ଛାତି ଓ ପେଟକୁ ଲଗାତାର ଆକ୍ରମଣ କରିଥିଲେ । ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ନିଜ ସାଙ୍ଗରେ କଇଁଚି ନେଇ କରିଆସିଥିଲେ । ତେବେ ଏପରି ଆକ୍ରମଣ କରି ଅଭିଯୁକ୍ତ ସ୍ୱମୀ ଜଣଙ୍କ ଥାନାରେ ଅଟକିଥିବା ବେଳେ ତାଙ୍କର ଚାରିଜଣ ସନ୍ତାନ ବାପମାଆଙ୍କ କାରଣରୁ ନର୍କ କଷ୍ଟ ଭୋଗୁଥିବା ଶୁଣିବାକୁ ମିଳୁଛି |

ସମୁଦ୍ର ମଝିରେ ଗୁଳିମାଡ, ଜଣେ ମୃତ, ପଢନ୍ତୁ କଣ ପୂରା ଖବର…

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here