ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ କଲେ ସ୍ୱାମୀ

ସୁବର୍ଣ୍ଣପୁର(ଓଏନଏ): ସ୍ୱାମୀର ଭୁଜାଲି ଚୋଟରେ ସ୍ତ୍ରୀ ଗୁରୁତର ହୋଇପଡିଛି । ଏହି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ଠୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମରେ । ଅଭିଯୁକ୍ତ ଶ୍ୱଶୁର ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କୁ ଗୁରୁତର ଅମସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ