ବିପୁଳ ପରିମାଣର ବିସ୍ଫୋରକ ଜବତ: ମାଓବାଦୀଙ୍କୁ ସନ୍ଦେହ!

2

କୋରାପୁଟ: ଜଣଙ୍କ ଘରେ ବିସ୍ଫୋରକ ଗୋଦାମ । ବେଆଇନ ବିସ୍ଫୋରକ କ’ଣ ପାଇଁ ଓ କେଉଁଥିପାଇଁ ମହଜୁଦ ରଖାଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଜୟନ୍ତଗିରିରେ ଜଣଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏକ କ୍ରସର ଉପରେ ଚଢଉ କରିବା ବେଳେ ପୋଲିସକୁ ଏହି ବିସ୍ଫୋରକ ସାମଗ୍ରୀ ସମ୍ପର୍କରେ ସୂଚନା ମିଳିଥିଲା ।

ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବରପାଇ କୋରାପୁଟ ପୋଲିସ ଚଢଉ କରିଥିଲା ଏକ ଜାମୁଡ଼ା ଗାଁର ଏକ କ୍ରସର ଉପରେ ଏବଂ ତାପରେ ଜଣେ ବ୍ୟକ୍ତିଙ୍କ ଘରେ । ପୋଲିସ ଜବତ କରିଥିବା ଜବତ ସାମଗ୍ରୀ ମଧ୍ୟରେ ରହିଛି ୪୨୨ଟି ନନ ଇଲୋକ୍ଟ୍ରୋନିକ ଡ଼ିଟୋନେଟର, ୨୬ ପ୍ୟାକେଟ ଇଲେକ୍ଟ୍ରୋନିକ ଡ଼ିଟୋନେଟର, ୭୩ କେଜି ଆମୋନିୟମ ନାଇଟ୍ରେଡ଼, ୩୮ଟି ସେଫଟି ଫ୍ୟୁଜ ବଣ୍ଡଲ ଏବଂ ବିପୁଳ ତାର ରହିଛି । ପୋଲିସ ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରିଥିବା ବେଳେ ଏହା ସହିତ ମାଓବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ପଚରାଉଚରା ଜାରି ରହିଛି ବୋଲି ବୋରିଗୁମ୍ମା ଥାନା ଆଇଆଇସି ସାଗରିକା ନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here