ସନ୍ନିଙ୍କ ସହ କଥାହୋଇ କରୀନା କପୁର କାହିଁକି କହିଲେ ସନ୍ନିଙ୍କ ସ୍ୱାମୀକୁ ଦେଖାକରିବେ, ପଢନ୍ତୁ କଣ ଖବର.

ମୁମ୍ବାଇ : କିଛି ଦିନ ହେବ ଅଭିନୟ ସହ ଏବେ ଆର୍‌ଜେ ବନିଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ । “ହ୍ଵାଟ୍‌ ଓମେନ୍‌ ଓ୍ଵାଣ୍ଟ” ନାମକ ଏକ ରେଡ଼ିଓ ସୋ’କୁ କରୀନା ହୋଷ୍ଟ କରିବା ଆରମ୍ଭ କରିଥିବା ବେଳେ ସୋ’ରେ ମହିଳାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । କିଛି ଦିନ ହେବ ଏହି ସୋ’ଟି ଆରମ୍ଭ ହୋଇ ସାରିଥିବା ବେଳେ ଏହାର ଗୋଟେ ଅଧ୍ୟାୟରେ ଅଭିନେତ୍ରୀ ସନ୍ନି ଲିଓନି ପହଞ୍ଚିଥିଲେ | ସନ୍ନିଙ୍କ କରୀନା କଥା ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲେ । କାମରେ ସୈଫ୍‌ କରୀନାଙ୍କୁ କିଭଳି ଭାବରେ ସାହାଯ୍ୟ କରନ୍ତି ତାହା କରୀନା ସନ୍ନିଙ୍କୁ ଜଣାଇବା ପରେ ସନ୍ନି ନିଜ ସ୍ୱାମୀ ଡ଼ାନିଏଲଙ୍କ ବିଷୟରେ ଜଣାଇଥିଲେ । କରୀନାଙ୍କ କହିବା ଅନୁଯାୟୀ,ମୁଁ ସୁଟିଂରେ ବ୍ୟସ୍ତ ଥିଲେ ସୈଫ୍‌ ତୈମୁରଙ୍କ ଯତ୍ନ ନିଅନ୍ତି । କୌଣସି କାମ ଥିଲେ ସେ ଘରେ ହିଁ କରିବାକୁ ପସନ୍ଦ କରିଥାନ୍ତି । ଏହା ଶୁଣିବା ପରେ ସନ୍ନି ମଧ୍ୟ ନିଜ ସ୍ୱାମୀ ଡ଼ାନିଏଲଙ୍କ କଥା କହିଥିଲେ । ମୁଁ ବ୍ୟସ୍ତ ଥିଲେ ଡ଼ାନିଏଲ ୩ ପିଲାଙ୍କୁ ସମ୍ଭାଳିବା ସହ ସେମାନଙ୍କ ଡାଏପର ମଧ୍ୟ ବଦଳାଇଥାନ୍ତି । ଡାଏପର ବଦଳାଇବା କଥା ଶୁଣିବା ପରେ କରୀନା ଆଶ୍ଚର୍ଯ୍ୟ ହେବା ସହ ଦିନେ ମୁଁ ସୈଫ୍‌ଙ୍କୁ ତୁମ ସ୍ୱାମୀ ଡ଼ାନିଏଲଙ୍କ ସହ ନିଶ୍ଚୟ ଦେଖା କରାଇବି ବୋଲି କରୀନା କହିଥିଲେ ।

ବଲିଉଡ୍‌ର ମୋଷ୍ଟ ଷ୍ଟାଇଲିଶ୍‌ ସୁପରଷ୍ଟାର ହେଲେ ରଣବୀର ସିଂ