କିପରି କଟିବ ନୂଆ ବର୍ଷର ଦ୍ୱିତୀୟ ଦିନ, ଜାଣି ନିଅନ୍ତୁ…..

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଆଜି ହେଉଛି ନୂଚତନ ବର୍ଷର ଦ୍ବିତୀୟ ଦିନ | ତେବେ ଆଜି ଚାଲନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ କେଉଁ କାମ କଲେ ଶୁଭଫଲ ମିଳିବ |
ମେଷ: ଆଜି ମେଷ ରାଶି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତି ଭଲ ରହିବ ଏବଂ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ପ୍ରଶଂସିତ ହେବେ । ଶରୀର ସୁସ୍ଥ ରହିବ ।
ବୃଷ: ଏହି ରାଶିର ବ୍ୟକ୍ତି ବ୍ୟସ୍ତତା ଭିତରେ ଦିନଟି କଟିବାର ସମ୍ଭାବନା ରହିଛି ଏବଂ ଶରୀର ପୀଡା ରହିଛି । ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ ।
ମିଥୁନ: ଏହି ରାଶିର ବ୍ୟକ୍ତିଙ୍କୁ ଗୁରୁଜନଙ୍କ ଆଶୀର୍ବାଦ ମିଳିବ ଏବଂ ଧନପ୍ରାପ୍ତି ଯୋଗ ରହିଛି । କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି ।
କର୍କଟ: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ । ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ । ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିପାରନ୍ତି ।
ସିଂହ: ଏହି ରାଶିର ବ୍ୟକ୍ତି ଆଜି ଅଧିକ ପରିଶ୍ରମ କରିବେ । ଏଥିସହ ଝଗଡା ହେବାର ମଦ୍ୟ ସମ୍ଭାବନା ରହିଛି | ଏଥିଲାଗି କଥା ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । ଈଶ୍ୱରଙ୍କୁ ଆରାଧନା କରନ୍ତୁ ।
କନ୍ୟା: ଏହି ରାଶିର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇ ପାରିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
ତୁଳା: ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଦୁର୍ଘଟଣା ଘଟିପାରେ । ସତର୍କ ରୁହନ୍ତୁ ।

ବିଚ୍ଛା: ଏହି ରାଶିରି ଛାତ୍ରଛାତ୍ରୀମାନେ କ୍ରୀଡ଼ାକ୍ଷେତ୍ରରେ ସଫଳତା ପାଇବେ । ବାପମାଆ ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଉପହାର ମିଳିବାର ସମ୍ଭାବନା ରହିଛି ।
ଧନୁ: ଏହି ରାଶିର ବ୍ୟକ୍ତି ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ । ବନ୍ଧୁଙ୍କ ସହ ଦେଖା ହୋଇପାରେ । ମନୋରଞ୍ଜନ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ ।
ମକର: ଆଜି ଏହି ରାଶିର ଲୋକେ ଅଳସୁଆ ଅନୁଭବ କରିବେ | କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ । କିନ୍ତୁ ମାନ-ସମ୍ମାନ ବଢ଼ିବ ।
କୁମ୍ଭ: ପରିବାର ସଦସ୍ୟଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନଟି କଟିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ ।
ମୀନ: ଏହି ରାଶିର ଲୋକେ ନିଜ ପିଲାମାନଙ୍କ ସହ ସମୟ ବିତାଇବେ । ଧାର୍ମିକସ୍ଥଳକୁ ବୁଲିବାକୁ ଯାଇପାରନ୍ତି । ନୂଆ ବସ୍ତ୍ର କିଣିପାରନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here