ଘରୋଇ ଉପଚାର କରି ଚେଙ୍କ କମାନ୍ତୁ ଓ ନିରାପଦ ରୁହନ୍ତୁ…

ଭୁବନେଶ୍ୱର: ନଜର ହଟି ତୋ ଦୁର୍ଘଟଣା ଘଟି | ଏପରି ଘଟଣା ପ୍ରାୟତଃ ରୋଷେଇ କରିବା ସମୟରେ ଅଧିକା ହେଉଥିବାର ଦେଖିବାକୁ ମିଳେ | ହାତ, ଗୋଡ ଚେଙ୍କ ଲାଗି ଫୋଟକା ହୋଇଯାଏ । ଏହା ଆମକୁ ଭୀଷଣ କଷ୍ଟ ଦିଏ । ଚେଙ୍କ ଲାଗି ଜଳାପୋଡ଼ା ହେଲେ ଏହି ଯନ୍ତ୍ରଣାକୁ କମ୍‌ କରିବାକୁ ଆମେ ହଡ଼ବଡ଼େଇ ଯାଉ । ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରୁ । ତଥାପି ଯନ୍ତ୍ରଣା ଶୀଘ୍ର ବନ୍ଦ ହୋଇ ନ ଥାଏ । ତେବେ ଏପରି ପରିସ୍ଥିତରେ ଘରେ ଥିବା କିଛି ଜିନିଷ ଆପଣଙ୍କୁ ସାଧାରଣତଃ ସହଜରେ ଏବଂ କମ ସମଯରେ କମାଇ ଦେଇଥାଏ | ତେବେ ଚାଲନ୍ତୁ ଜାଣିବା କଣ ସେ…
* ଚେଙ୍କ ଲାଗିଲେ ସର୍ବ ପ୍ରଥମେ ପ୍ରଭାବିତ ସ୍ଥାନରେ ଥଣ୍ଡା ପାଣି ଢାଳନ୍ତୁ କିମ୍ବା ପାଣିରେ ବୁଡ଼ାଇ ରଖନ୍ତୁ । ଓଦା କପଡ଼ା ମଧ୍ୟ ଗୁଡ଼େଇ ପାରିବେ । ଏପରି କଲେ ଚେଙ୍କ ଲାଗିଥିବା ସ୍ଥାନରେ ଆଉ ଫୋଟକା ହେବନାହିଁ ।
*ଚେଙ୍କ ଲାଗିଥିଲେ ପ୍ରଭାବିତ ସ୍ଥାନରେ ତୁରନ୍ତ ବରଫ ଘଷି ଦିଅନ୍ତୁ । କିମ୍ବା ପାଣିରେ କିଛି ବରଫ ପକାଇ ଏଥିରେ ବୁଡ଼ାଇ ରଖନ୍ତୁ । ଦେଖିବେ ପୋଡ଼ାଜଳା କମିଯିବ ।
* ଚେଙ୍କା ଲାଗି ଗଲେ ଏହି ସମୟରେ ଟୁଥପେଷ୍ଟ ବି ଉପକାରୀ ହୋଇଥାଏ । ଏହାକୁ ଲଗାଇଲେ ଜଳପୋଡ଼ା କମ୍ ହେବା ସହିତ ଫୋଟକା ହୋଇ ନ ଥାଏ ।
* ଆଲେଭେରା ବା ଘିକୁଅଁରୀ ମଧ୍ୟ ପୋଡାଜଳାରୁ ମୁକ୍ତି ଦିଏ । ଏଥିପାଇଁ ଆଲୋଭେରା ପତ୍ର ଆଣି ଏହାର ରସକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । କିମ୍ବା ଥଣ୍ଡା ପାଣିରେ ଧୋଇବା ପରେ ସେହି ସ୍ଥାନରେ ଆଲୋଭେରା ଜେଲ୍‌ ଲଗାଇ ଦିଅନ୍ତୁ ।

ମନର ସାଥୀକୁ ଜୀବନ ସାଥୀ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ…