ଅଣ୍ଡାର ଧଳା ଅଂଶ ଖାଆନ୍ତୁ, ପତଳା ହୁଅନ୍ତୁ… ପୂରା ଖବର ପଢନ୍ତୁ

ଭୁବନେଶ୍ୱର: ବର୍ତ୍ତମାନ ପିଢିର ଯୁବପିଢିଙ୍କୁ ଫାଷ୍ଟଫୁଡ ଖାଦ୍ୟ ଗୋଟେ ପ୍ରକାରର ପାଗଲ କରିସାରିଛି | ଏହି ଫାଷ୍ଟଫୁଡରେ ହିଁ ଅଦିକ ମୋଟାପଣ ଭରି ରହିଥାଏ ତାହା ସେମାନେ ଜାଣିନଥାନ୍ତି | ଫଳରେ ଓଜନ ବଢ଼ିବା ତାଙ୍କର ମୁଖ୍ୟ ସମସ୍ୟା ହୋଇପଡେ | ତେବେ ଏହି ଓଜନ କମାଇବା ପାଇଁ ଲୋକେ ଅନେକ କିଛି କରୁଥିବା ଆପଣ ଦେଖୁଥିବେ । ଯଦି ଆପଣ ନିଜ ଓଜନ କମାଇବା ପାଇଁ ଚାହୁଁଛନ୍ତି, ତେବେ ନିଜ ଦୈନନ୍ଦିନ ଭୋଜନରେ ଅଣ୍ଡାକୁ ସାମିଲ୍ କରନ୍ତୁ ।
ଏଥିପାଇଁ ଆପଣ ଅଣ୍ଡାକୁ ସିଝାଇ କଞ୍ଚା ପରିବା ଓ ଫଳ ସହିତ ଖାଆନ୍ତୁ । କଞ୍ଚା ପରିବା ଯେପରିକି କାକୁଡ଼ି, ବିଲାତି ବାଇଗଣ, ଗାଜର, ବିଟ୍‌, କ୍ୟାପସିକମ୍‌ , ଏସବୁକୁ ଆପଣ ସକାଳେ ସିଝା ଅଣ୍ଡା ସହିତ ଖାଆନ୍ତୁ । ଯଦି ଆପଣ ଗଜା ମୁଗ କିମ୍ୱା ବୁଟ ଅଣ୍ଡା ସହିତ ଖାଉଛନ୍ତି, ତେବେ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ବ୍ରେକ୍‌ଫାଷ୍ଟ୍‌ ରେ ଅଙ୍କୁରିତ ଖାଦ୍ୟ ଅଧିକ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ । କେବଳ ଏତିକି ନୁହେଁ, ଅଙ୍କୁରିତ ଖାଦ୍ୟରେ କ୍ୟାନସର୍‌ ନିୟନ୍ତ୍ରଣ ଗୁଣ ମଧ୍ୟ ରହିଛି । ଅଣ୍ଡାରେ ତିଆରି ହେଉଥିବା ସବୁଠାରୁ ସହଜ ଜିନିଷ ହେଉଛି, ଆମ୍‌ଲେଟ୍‌ । ଆପଣ ଏହାକୁ ସବୁଜ ପନିପରିବା ପକାଇ ତିଆରି ମଧ୍ୟ କରିପାରିବେ । ଯଦି ଆପଣ ସିଝା ଅଣ୍ଡାରେ ତେଲ ମସଲା ପକାଇ ତରକାରୀ କରି ଖାଉଛନ୍ତି, ତେବେ ଏହାଠୁ ଦୂରେଇ ରୁହନ୍ତୁ । ଏପରି ଖାଦ୍ୟରେ ଫ୍ୟାଟ୍‌ ଅଧିକ ମାତ୍ରାରେ ରହିଥାଏ । ଏହା ସହିତ ଅଣ୍ଡାର ହଳଦିଆ ଅଂଶ କେଶରରେ ମଧ୍ୟ ଅଧିକ ଫ୍ୟାଟ୍‌ ରହିଥାଏ, ଯାହା ଆପଣଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରେ । ଅଣ୍ଡାର କେବଳ ଧଳା ଅଂଶକୁ ଖାଆନ୍ତୁ ଏବଂ ଓଡନ କମାନ୍ତୁ |

ଘରୋଇ ଉପଚାର କରି ଚେଙ୍କ କମାନ୍ତୁ ଓ ନିରାପଦ ରୁହନ୍ତୁ…