ଶରୀରରେ ରକ୍ତ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ….

ଶରୀରରେ ରକ୍ତ ଏକ ଗୁରୁତ୍ୱପୂଣ୍ଣ ଅଂଶ । ଅମ୍ଲଜାନ ଭଳି ରକ୍ତ ଆମ ଶରୀରରେ ସେଲ ଗୁଡିକରେ ପ୍ରବାହିତ ହୋଇଥାଏ । ଏହି ରକ୍ତ ଅଭାବରୁ ମଣିଷ ଅନେକ ରୋଗରେ ପୀଡିତ ହୋଇଥାଏ । ସିକିଲ ସେଲ, ଆମୋନିଆ ଆଦି ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ । ରକ୍ତହୀନତାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏହି କାରଣରୁ ବେଳେ ରୋଗୀ ମୃତ୍ୟୁ ମୁଖରେ ପଡିଥାଏ । ତେବେ ଶରୀରରେ କିପରି ରକ୍ତ ବା ହିମଗ୍ଲୋବିନ ବୃଦ୍ଧି କରିହେବ ଆସନ୍ତୁ ଜାଣିବା ।
୧. ଜାମୁକୋଳିରେ କ୍ୟାଲସିୟମ, ପୋଟାସିୟମ, ଆଇରନ ଓ ଭିଟାମିନ୍ସ ବଳି ପୋଷକତତ୍ତ୍ୱ ରହିଛି । ଏହାକୁ ଖାଇଲେ ରକ୍ତ ବୃଦ୍ଧି ହୋଇଥାଏ ।
୨. ସୁଜିରେ ଅଧିକ ମାତ୍ରାରେ ଆଇରନ ରହିଛି । ଏହା ଆମୋନିଆ ବା ରକ୍ତହୀନତା ରୋଗରୁ ମୁକ୍ତି ଦେଇଥାଏ ।
୩. ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ରକ୍ତହୀନତା ଦୂର ହୋଇଯିବ ।
୪. ପାଳଙ୍ଗରେ ଆଇରନ, ଫାଇବର, କ୍ୟାଲସିୟମ ମାତ୍ରା ଅଧିକ ରହିଛି । ଯାହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
୫. ହିମଗ୍ଲୋବିନ ବୃଦ୍ଧି ପାଇଁ ମକା ବେଶ ଉପଯୋଗୀ ।