ହକି ବିଶ୍ୱକପ: ଆସିବେ ଅମିତାଭ, ସଚିନ, ଗାଙ୍ଗୁଲି, ଦ୍ରାବିଡ, ଅମୀର, ସାହିଦ!

https://www.facebook.com/nnsodia/videos/267154983995629/?t=5

ଭୁୁବନେଶ୍ୱର: ଭୁବନେଶ୍ୱରରେ ହକି ବିଶ୍ୱକପ ଯେଭଳି ଉଦଘାଟନୀ ଝଲସି ଥିଲା ତାଠାରୁ ଆହୁରି ଆକର୍ଷଣ ହେବ ଉଦଯାପନୀ । ଉଦଯାପନୀ ସନ୍ଧ୍ୟାରେ ଯାହା ଶୁଣାଯାଉଥିଲା ବିଗ୍ ବି ଅମିତାଭ ବଚ୍ଚନ ଆସିବାର କାର୍ଯ୍ୟକ୍ରମ ଥିଲା । ପରେ ପରେ ସଚିନ ତେନ୍ଦୁକରଙ୍କୁ ନେଇ ଚର୍ଚ୍ଚା ଥିଲା । କିନ୍ତୁ ବର୍ତମାନ ଆହୁରି ୪ଜଣ ଷ୍ଟାର ଓ କ୍ରୀକେଟର ମିଶି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି ବୋଲି ସୂଚନା ମିଳୁଛି ।
ସେ ଯାହା ନା କାହିକି ହକି ବିଶ୍ୱକପ୍ ୨୦୧୮ ଉଦଘାଟନୀରେ ମାଧୁରୀ, ସାହାରୁଖ, ସଲମାନ ଓ ଏଆର ରହେମାନଙ୍କ ଭଳି ଷ୍ଟାର ଯୋଗଦେବା ପରେ ଏବେ ସମସ୍ତଙ୍କର ନଜର ଅଛି ଉଦଯାପନୀ ଉତ୍ସବ ଉପରେ । ପୂର୍ବରୁ ଉଦଘାଟନୀ ଉତ୍ସବରେ ନାମିଦାମୀ କଳାକାର ହକି ବିଶ୍ୱକପରେ ଯୋଗଦେବା ପାଇଁ ଲାଗିଥିଲା ଚର୍ଚ୍ଚା । ଶେଷ ମୂହୂର୍ତରେ ସଲମାନ ଆସିଥିଲେ ।
କିନ୍ତୁ ଆଜି ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି ଯେ, ଉଦଘାଟନୀ ଉତ୍ସବଠାରୁ ଆହୁରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ଉଦଯାପନୀ । ଯାହା ହକି ପ୍ରେମୀଙ୍କ ମନରେ ଉତ୍ସାହର ଭରିଦେଇଛି । ଯାହା ଚର୍ଚ୍ଚା ହେଉଛି ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକ, ରାହୁଲ ଦ୍ରାବିିଡ, ସୌରଭ ଗାଙ୍ଗୁଲି, ଅମିର ଖାନ ଓ ସାହିଦ କାପୁରଙ୍କ ସମେତ ଆହୁରି ଅନେକ କଣ୍ଠଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here