ଯବାନଙ୍କ ଲଜ୍ଜ୍ୟଜନକ କାଣ୍ଡ, ଏଚଆଇଭିରେ ପୀଡିତ ଯବାନ ୭୫ କିଶୋରଙ୍କ ସହ ରଖିଲେ ଶାରିରୀକ ସମ୍ପର୍କ, କ’ଣ ହେଲା କିଶୋରଙ୍କ ଅବସ୍ଥା, ପଢନ୍ତୁ ଏହି ଖବରରେ..

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଜଣେ ଯବାନଙ୍କ ନିନ୍ଦନୀୟ ଘଟଣା ପଦାକୁ ଆସିବା ପରେ ସାରା ଦେଶକୁ ଝଟକା ଲାଗିଥିବାର ଦେଖିବାକୁ ମିଳୁଛି । ଘଟଣାଟି ଏମିତି, ଯବାନ ଜଣଙ୍କୁ ଏଡସ୍ ହେବା ପରେ ସେ ୭୫ଜଣ କିଶୋରଙ୍କ ସହ ସମ୍ପର୍କ ରଖିଥିଲେ । ତେବେ ସମ୍ପର୍କ ରଖିଥିବା କିଶୋରଙ୍କୁ ମଧ୍ୟ ଏଡସ୍ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜ୍ୟଜନକ ଘଟଣା ଘଟିଛି ଥାଇଲାଣ୍ଡରେ ଥିବା ଖୋନ୍‌ କେନ୍‌ ଅଞ୍ଚଳରେ । ସୁଚନାରୁ ପ୍ରକାଶ, ସେନାର ଜଣେ ଯବାନ ଏଚ୍‌ଆଇଭି ପୀଡ଼ିତ ହୋଇଥିବା ବେଳେ ସୋସିଆଲ ମିଡିିଆରେ ନିଜର ନକଲି ସମଲୈଙ୍ଗିକ ଡେଟିଙ୍ଗ ପ୍ରୋଫାଇଲ ତିଆରି କରି ୭୫ଜଣ ଯୁବକଙ୍କ ସହ ଶରୀରିକ ସଂପର୍କ ରଖିଥିଲେ । ଏହି ୭୫ଜଣଙ୍କ ବୟସ ୧୩-୧୮ବର୍ଷ ରହିଥିବା ଜଣାପଡ଼ିଛି । ଯବାନ ପ୍ରଥମେ ସମଲୈଙ୍ଗିକ ଡେଟିଙ୍ଗ ପ୍ରୋଫାଇଲ ଜରିଆରେ କିଶୋରମାନଙ୍କ ସହ କଥା ହୋଇଥିଲେ । ଯାହା ପରେ ସେମାନଙ୍କର ଆପତ୍ତିଜନକ ଫଟୋ ମାଗିଥିଲେ । ଫଟୋ ପାଇବା ପରେ ବ୍ଲାକ୍‌ମେଲ କରି ଯବାନଜଣଙ୍କ ସେମାନଙ୍କୁ ନିଜ ପାଖକୁ ଡ଼ାକି ୭୫ଜଣ କିଶୋରଙ୍କ ସହ ଦୁଷ୍କର୍ମ କରିଥିଲେ । ୪ବର୍ଷ ଧରି ଅଭିଯୁକ୍ତ ଏପରି କାମ କରି ଆସୁଥିବା ବେଳେ ଏବେ ଅଭିଯୁକ୍ତକୁ ଥାଇଲାଣ୍ଡ ପୁଲିସ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ନିଜର ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । ସେପଟେ ଯବାନଙ୍କ ଏଭଳି ଲଜ୍ଜ୍ୟଜନକ କାମ ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ହୋଲି ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here