କାମରେ ଅବହେଳା କଲେ ମିଳେ ଏପରି ଦଣ୍ଡ, ପଢିଲେ ସ୍ତବ୍ଧ ହେବେ ଆପଣ…

https://www.facebook.com/nnsodia/videos/267154983995629/?t=5

ବେଜିଂ : ମଣିଷ ହୋଇ ଅମାନୁଷିକ କାମ କରିବାକୁ ପଛାନ୍ତି ନାହିଁ କେତେକ କୁମାନସିକ ମଣିଷ । ନିଜର ରାଗ ଓ କ୍ରୋଧ ଲାଗି ମଣିଷ କିଛି ବି ଦଣ୍ଡ ଦେଉଥିବାର ଦେଖିବାକୁ ମିଳୁଛି । ତେବେ ଏପରି ଏକ ଦେଶ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯେଉଁଠି କାମରେ ଅବହେଲା ଦେଖାଦେଲେ ଦଣ୍ଡ ସ୍ୱରୁପ ପରିସ୍ରା ପିଇବା, ଅସରପା ଖାଇବା ଏବଂ ବ୍ଲେଡରେ ମାଡ ଦିଆଯାଇଥାଏ ।ଏପରି ଅମାନୁଷିକ କାର୍ଯ୍ୟ ବା ଦଣ୍ଡ ଚୀନର ଏକ ର କ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା କମ୍ପାନୀରେ ଦିଆଯାଇଥାଏ । ତେବେ ଯଦି କୌଣସି ବ୍ୟକ୍ତି ଠିକ ଭାବେ କାମ ନ କରେ ତାଙ୍କୁ ନଡା ମଧ୍ୟ କରାଯାଇଥାଏ । ନଚେତ ସମ୍ପୃକ୍ତ ବ୍ୟକ୍ତିଙ୍କ ମାସିକ ଦରମା ମଧ୍ୟ କଟା ଯାଇଥାଏ । ସବୁଠାରୁ ଗୁରୁତ୍ୱ କଥା ହେଲା ଏପରି ଦଣ୍ଡକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହେଯାଗୀଙ୍କ ସମ୍ମୁଖରେ ଦିଆଯାଇଥାଏ । ଏଥିସହ ଯଦି କୌଣସି କର୍ମଚାରୀ ଚମଡା ଜୋତା କିମ୍ବା ୟୁର୍ନିଫର୍ମ ପିନ୍ଧି କରି ନ ଆସେ ତେବେ ତାଙ୍କୁ ମୋଟା ଆକାରରେ ଫାଇନ ମଧ୍ୟ ଦେବାକୁ ପଡିଥାଏ । ଉକ୍ତ କମ୍ପାନୀର ଜଣେ କର୍ମଚାରୀଙ୍କ ମୁତାବକ ଏଠାରେ ଏଭଳି ଦଣ୍ଡ ମିଳିବା ପରେ ମଧ୍ୟଏଠାରେ ଅନେକ ବ୍ୟକ୍ତି କାମ କରିବାକୁ ପଛାନ୍ତି ନାହିଁ ।

ମତାମତ ଦିଅନ୍ତୁ

Please enter your comment!
Please enter your name here