୨୦ ଓ ୨୧ରେ ରାଜ୍ୟ ଭାସିବ, ବର୍ଷା ସହ ପବନ ବହିବ

ଭୁବନେଶ୍ୱର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ମିଆଁମାର ଅଞ୍ଚଳରେ ଘୂଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଫଳରେ ଆସନ୍ତା ୨୦ ଓ ୨୧ ରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ । ମାତ୍ର ୨୦ ଓ ୨୧ ଦିନ ଅଧିକରୁ ଅଧିକ ବର୍ଷା ସହ ପବନ ଜୋରସୋର ହେବ ବୋଲି ଆଶଙ୍କା କରାଯାଉଛି । ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଖୋଦ୍ଧା, କଟକ, ପୁରୀ, ସମ୍ବଲପୁର, ସୋନପୁର ଆଦି ଜିଲ୍ଲାରେ ପ୍ରବଳ ଛେଚିବ । ଏଥିଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ସୂଚନା ଜାରି କରାଯାଇଛି । ଏଥିସହ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଶେଷଜ୍ଞ ସରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here