ଭିଲାଇରେ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ,୯ ମୃତ୍ୟୁ ଓ ୧୪ଗୁରୁତର ଆହତ

https://www.facebook.com/nnsodia/videos/267154983995629/?t=5

ଛତିଶଗଡ : ଆଜି ଛତିଶଗଡ ଭିଲାଇ ଷ୍ଟିଲପ୍ଲାଂଟରେ ଏକ ବଡଧରଣର ବିସ୍ପୋରଣ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ବିସ୍ଫୋରଣ କୋକ୍ ଓଭନ ନିକଟରେ ମରାମତି ସମୟରେ ଗ୍ୟାସ ପାଇପ୍ ଲାଇନ୍ ଫାଟିଲବା ଦ୍ବାରା ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଚିଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ସୁଚନା ମୁତାବକ ଉକ୍ତ ପ୍ଲାଣ୍ଟର କୋକ୍ ଓଭେନରେ ପାଖାପାଖି ୨୦ରୁ ଉଦ୍ଧ୍ୱର୍ ଶ୍ରମିକ କାମ କରୁଥିଲେ । କୋକ୍ ଓଭେନ ପାଶ୍ୱର୍ରେ ଥିବା ଏକ ବ୍ୟାଟେରୀ ନମ୍ବର ୧୧ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତାକୁ ମରାମତି କରୁଥିବା ସମୟରେ ହଠାତ୍ ଗ୍ୟାସ ପାଇପ୍ ଲାଇନରେ ବଡ଼ ଧରଣର ବିସ୍ଫୋରଣ ଘଟିଲା । ଯାହାଫଳରେ ସେଠାରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ଆହତ ସଂଖଯ଼ା ଧିରେଧିରେ ବଢୁଥଥିବାର ଦେଖିବାକୁ ମଧ୍ଯ ମିଳୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here