ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏମ୍ସ ଯିବେ ଡାକ୍ତରୀଟିମ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ଡିିସ୍ଚାର୍ଜ ନେଇ ଆଲୋଚନା ହେବା ପରେ ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ୫ ଜଣିଆ ଡାକ୍ତରୀ ଟିମ୍ ଶୁକ୍ରବାର ଦିଲ୍ଲୀ ଯିବାର କାର୍ଯ୍ୟକ୍ରବ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ଟିମ୍ର ନେତୃତ୍ୱ ନେବେ । ଦିଲ୍ଲୀ ଯାଇ ଏମ୍ସର ଡାକ୍ତରଙ୍କ ସହ ଆଲୋଚନା କରିବେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଜିବେ । ବର୍ତ୍ତମାନ ସେମାନଙ୍କୁ ଆଣିଲେ କେତେ ନିରାପଦ ହେବ କି ନାହିଁ ସେ ବିଷୟରେ ବୁଝିବେ । ସବିଶେଷ ବୁଝିବା ପରେ ତାଙ୍କୁ ସେଠାରୁ ଆଣିବା ନେଇ ନିଷ୍ପତ୍ତି ନିଆଯିବ । ଓଡ଼ିଶାର ଡାକ୍ତରୀ ଟିମ୍ ଏମ୍ସ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ପ୍ରକୃତରେ ବର୍ତ୍ତମାନ ନେବା ଉପଯୁକ୍ତ ସମୟ ହୋଇଛି କି ନୁହେଁ ସେ ବିଷୟରେ ନିଷ୍ପତ୍ତି ନେବେ । କୁହାଯାଉଥିଲା ଉଭୟ ଭାଈଙ୍କୁ ଏମ୍ସରୁ ଡିସ୍ଚାର୍ଜ ପରେ ସିଧା ଓଡ଼ିଶା ଆଣିବେ ନାଁ ଦିଲ୍ଲୀର ଓଡ଼ିଶା ଭବନରେ ରଖି କିଛିଦିନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବେ ସେସମ୍ପର୍କରେ ମଧ୍ୟ ସେଠାରେ ନିଷ୍ପତ୍ତି ନେବେ । ନିରୋସର୍ଜରୀ, ମେଡିସିନ୍, ପେଟିଏଟ୍ରିକ୍ ପ୍ରଭୃତି ବିଭାଗର ଡାକ୍ତରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସେଠାକୁ ଯାଇ ସବିଶେଷ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here