ଲିଙ୍ଗ ପରିବର୍ତ୍ତନ କରି ଅଡୁଆରେ ମହିଳା, ପଢନ୍ତୁ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ରୋହତକ: ଲିଙ୍ଗ ପରିବର୍ତ୍ତନ କରିବା ପଡିଲା ମହଙ୍ଗା | ନିଜ ସାଙ୍ଗକୁ ବାହା ହେବା ଲାଗି ଲିଙ୍ଗ ପରିବର୍ତ୍ତନ କଲେ ଜଣେ ମହିଳା | ଲିଙ୍ଗ ପରିବର୍ତ୍ତନ କରି ବାହା ମଧ୍ୟ ହେଲେ ସାଙ୍ଗକୁ | କିନ୍ତୁ ବାହାଘରକୁ ମାସେ ପୂରିନି ମହିଳା ଜଣଙ୍କ ତାଙ୍କ ସ୍ୱାମୀ ପାଖରେ ରହିବାକୁ ଚାହୁଁ ନଥିବା ଅଭିଯୋଗ ହୋଇଛି |ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ପିତାମାତା ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଘରେ ବନ୍ଦ କରି ରଖିଛନ୍ତି ଓ ତାଙ୍କ ସହ ଭେଟ କରାଇ ଦେଉନାହାନ୍ତି । ଅଭିଯୋଗରେ, ସ୍ୱାମୀ କହିଛନ୍ତି ଯେ ସେ ସ୍କୁଲ୍‌ରେ ପଢୁଥିବା ସମୟରେ ସେ ଝିଅ ପ୍ରେମରେ ପଡ଼ିଯାଇଥିଲା। ସେମାନେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ, ଡରଥିବା ସେମାନଙ୍କ ପରିବାର ସମଲିଙ୍ଗୀ ବିବାହକୁ ଅନୁମତି ଦେବେ ନାହିଁ । ସେମାନଙ୍କ ମଧ୍ୟରେ ଜଣେ ଲିଙ୍ଗ ପରିବର୍ତ୍ତନ କରି ବିବାହ କରିବେ ବୋଲି ସ୍ଥିର କଲେ । ତେଣୁ ଋଣ କରି ସେ ୧୦ ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀରେ ଅସ୍ତ୍ରୋପଚାର କରାଇଥିଲେ | ଦିଲ୍ଲୀର ଏକ ମନ୍ଦିରରେ ଗତ ଅକ୍ଟୋବର ମାସରେ ଦୁହେଁ ବିବାହ କରିଥିଲେ । ଝିଅର ପରିବାର ଏହାକୁ ବିରୋଧ କରୁଥିବାରୁ ସେମାନଙ୍କୁ ବୁଝାଇବାକୁ ଝିଅଟି ସମୟ ନେଇଥିଲା । ପୁଲିସ କହେ ସମ୍ଭବତଃ ଝିଅଟି ନିଜ ପରିବାର ଲୋକଙ୍କୁ ବୁଝାଇବାରେ ଅସମର୍ଥ ହୋଇଛି ଏବଂ ସେମାନେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ କରାଇ ଦେଉ ନାହାନ୍ତି । କିନ୍ତୁ କଥାବାର୍ତ୍ତା ନିମନ୍ତେ ପୁଲିସ ଉଭୟ ପରିବାରକୁ ଡକାଇବାରୁ ଝିଅଟି ପୁଲିସକୁ କହୁଛି କି, ସେ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁ ନାହାନ୍ତି । ତେବେ ଏଭଲି ପରିସ୍ଥିତିରେ ସ୍ୱାମୀ କଣ କରିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ବାହାଘର ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ପାଇ ଭୋଟ୍ ମାଗିଲେ ଉଭୟ ପରିବାର

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here