ଡାକ୍ତରଖାନା ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ସୁନହାଟ ଡାକ୍ତରଖାନା ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାଁ ଏସ.କେ ଆସିରୁଦ୍ଦିନ ।
ସୂଚନାନୁଯାୟୀ, ଆସିରୁଦ୍ଦିନ ଡାକ୍ତରଖାନା ପଛ ପାଖ ବସ୍ତିରେ ରହୁଥିବା ବେଳେ ଜାଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେଠି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବାର ଅଭିଯୋଗ ହେଉଛି । ସେଥିପାଇଁ ସ୍ଥାନୀୟ ଲୋକେ ଡାକ୍ତଖାନା ନିକଟ ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସନ୍ଦେହଜନକ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର