ସରିଲା ଧର୍ମମାସ, ଘରକୁ ଫେରିଲେ ହବିଷ୍ୟଳି

ପୁରୀ: କାର୍ତିକ ପୂର୍ଣ୍ଣମୀରେ ଡଙ୍ଗାଭସା ପରେ ଆଜି ସରିଲା ଧର୍ମମାସ । ହବିଷିଆଳୀଙ୍କ ଏବେ ଆରମ୍ଭ ହୋଇଛି ଘରବାହୁଡା ଯାତ୍ରା । ପୁରୀର ୪ଟି ଆଶ୍ରୟସ୍ଥଳୀରେ ରହୁଥିବା ହବିଷିଆଳୀମାନେ ବ୍ରତ ସାରି ଘରକୁ ବାହୁଡିବା ଆରମ୍ଭ କରିଛନ୍ତି । ଗତକାଲି କାତିର୍କ ପୂର୍ଣ୍ଣମୀରେ ଅର୍ଦ୍ଧାଧିକ ହବିଷିଆଳୀ ସରକାରୀ ଶିବିର ଛାଡିଥିବାବେଳେ ଆଜି ମଧ୍ୟ ଘରକୁ ଫେରିବା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ହବିଷିଆଳୀ ଯୋଜନାରେ ପୁରୀ ସହରର ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ପୌରପାଳିକ କଲ୍ୟାଣ ଓ ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାକ୍ଷାନ କେନ୍ଦ୍ରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷିଆଳୀ ରହି ବ୍ରତ ସମାପନ କରିଥିଲେ । ମଣ୍ଡପ ଗତ କିଛି ବର୍ଷ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳୀଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇ ଆସୁଛି । ପ୍ରତ୍ୟହ ସକାଳେ ସେମାନଙ୍କୁ ଚା’ ଓ ସଂଧ୍ୟାରେ ମହାପ୍ରସାଦ ସେବନ କରିବାକୁ ଦିଆଯାଉଥିଲା । ଦିନକୁ ଓଳିଏ ଖାଉଥିବା ହବିଷ୍ୟାଳିମାନେ ନିତି ଆଶ୍ରୟସ୍ଥଳୀରେ ତୁଳସୀ ଚଉରା ମୂଳେ ପୂଜାର୍ଚ୍ଚନା କରିବା ସହ ଭଜନକୀର୍ତନରେ ସମୟ ବିତାଇଥିଲେ । ପ୍ରତିଦିନ ଶ୍ରୀମନ୍ଦିର ଯାଉଥିଲେ । ଏହା ମଧ୍ୟରେ ଆଶ୍ରୟସ୍ଥଳୀରେ ରହିବା ମାସେ ପୂରିଛି । କାର୍ତିକ ବୁଡ଼ ପକାଇ ହବିଷ୍ୟାଳିମାନେ ବ୍ରତ ସଂପୂର୍ଣ୍ଣ କରିବା ସହ ସାରା ଓଡ଼ିଶାରୁ ଆସି ପୁରୀରେ ରହିଥିବା ହବିଷିଆଳୀମାନେ ନିଜ ନିଜ ଅଂଚଳକୁ ଫେରିବା ଆରମ୍ଭ କରିଛନ୍ତି । ତେବେ ଆଜି ହବିଷ୍ୟଳିମାନେ ଘକରୁ ପେରିବାର ଖୁସିଥିବା ବେଳେ ମହାପ୍ରଭୁଙ୍କୁ ଛାଡି ଯାଉତିବାର ଦୁଃଖରେ ଥିବାର ମଦ୍ୟ ଦେଖିବାକୁ ମିଳୁଛି |