ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଚିଟଫଣ୍ଡ ଠକେଇକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ରୁପାଣୀ

ଭୁବନେଶ୍ବର: ରାଜ୍ୟରେ ସମସ୍ତ ଦଳର ନେତାମାନେ ଟାର୍ଗେଟ କରି ଅନେକ ସମାଲୋଚନା କରୁଥିବାର ଦେଖିବାକୁ ମିଳିଥାଏ | କିନ୍ତୁ ଆଜି ଓଡିଶାକୁ ଆସିଥିବା ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳୁଛି | ସୁଚନାରୁ ପ୍ରକାଶ, ସୁରଟ ଗସ୍ତ ପୂର୍ବରୁ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ବେଳେ ଆଜି ନବୀନଙ୍କ ଉପରେ ବର୍ଷିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । ୧୯ ବର୍ଷ ପରେ ନବୀନଙ୍କୁ ସୁରଟରେ ଥିବା ପ୍ରବାସୀ ଓଡିଆଙ୍କ କଥା ମନେ ପଡିଲା ବୋଲି କି ପ୍ରଶ୍ନକରି କଟାକ୍ଷ କରଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ରୁପାଣୀ । ନବୀନ ପ୍ରଥମ ଥର ପାଇଁ ସୁରଟ ଆସୁଛନ୍ତି ମଁ ତାଙ୍କୁ ସ୍ବାଗତ କରୁଛି ବୋଲି ରୁପାଣି କହିଛନ୍ତି । ସେ କହିଛନ୍ତି, ଓଡିଆଙ୍କ ପାଇଁ ସୁରଟରେ କରାଯାଇଥିବା ବିଭିନ୍ନ ସୁବିଧା ବିଷୟରେ କହିଛନ୍ତି । ଓଡିଆଙ୍କ ପାଇଁ ଘର,ସ୍କୁଲ ଆଦି କରାଯିବା ସହିତ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଓଡିଆ ପଢାଯାଉଥିବା ୭ଟି ସ୍କୁଲକୁ ସ୍ବୀକୃତି ଦିଆଯାଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଛଡା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏକ ସୀମିତ ଯୋଜନା ଯାହର ଲାଭ କେବଳ ଓଡିଶାରେ ରହୁଥିବା ଓଡିଆ ପାଇପାରିବେ ବୋଲି କହି ସମାଲୋଚନା କରିଛନ୍ତି । ପ୍ରବାସୀ ଓଡିଆଙ୍କୁ ଏହି ଯୋଜନାରୁ ଲାଭ ମିଳୁନି ବୋଲି ଶ୍ରୀ ରୁପାଣି କହିଛନ୍ତି । ନବୀନ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ ବୋଲି ରୁପାଣି କହିଛନ୍ତି । କେବଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ନୁହେଁ ଚିଟଫଣ୍ଡ ପ୍ରସଙ୍ଗରେ ମଧ୍ୟର ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ । ସୁରଟରେ ରହୁଥିବା ବହୁ ଓଡିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି । କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।

ଗୁଜୁରାଟ ଯିବେ ନବୀନ, ଓଡିଶା ଆସିବେ ରୁପାଣୀ