ଦେବଦୂତ ସାଜିଲେ ଜିଆରପି ଜବାନ, ମୃତ୍ୟୁମଖରୁ ବଞ୍ଚାଇଲେ ଦୁଇ ମହିଳାଙ୍କୁ, ଦେଖନ୍ତୁ ଏହି ଭିଡିଓରେ ….

ନୂଆଦିଲ୍ଲୀ: ମୃତ୍ୟୁକୁ ସାମନାରୁ ଦେଖି ବଞ୍ଚିଯାଇଛନ୍ତି ଦୁଇ ମହିଳା | ତେବେ ସେମାନେ ନିଜେ ବଞ୍ଚି ନାହାନ୍ତି ତାଙ୍କ ଜୀବନକୁ ବଞ୍ଚାଇଛନ୍ତି ସରକାରୀ ରେଳବାଇ ପୋଲିସ (ଜିଆରପି) ଜବାନମାନେ | ଚଳନ୍ତା ଟ୍ରେନରୁ ଓହ୍ଲାଇଲାବେଳେ ଏହି ଦୁଇ ମହିଲା ଅସବାଧନତା ଯୋଗୁଁ ଜୀବନ ହାରିଥାନ୍ତେ | ମାତ୍ର ସେଠାରେ ଉପସ୍ଥିତ ଜିଆରପି ସେମାନଙ୍କ ଜୀବନ ବଞ୍ଚାଇଦେଇଥିବାର ଦେଖିବାକୁ ମିଳୁଛି | ତେବେ ଏହି ବଞ୍ଚାଇବା ଭିଡିଓ ଉପସ୍ଥିତ ସିସିଟିଭିରେ କଏଦ ହୋଇଯାଇଥିଲା | ଯାହା ବର୍ତ୍ତମାନ ସୋଶାଲ ସାଇଡରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ଦାଦର ରେଳ ଷ୍ଟେସନରେ | ତେବେ ବର୍ତ୍ତମାନ ମହିଳା ଦ୍ୱୟ ସୁରକ୍ଷିତ ଥିବା ସୂଚନା ମିଳୁଛି |