ସମ୍ପର୍କରେ ଲାଗିଲା ନିଆଁ, ଟଙ୍କା ନ ଦେବାରୁ ଜେଜେକୁ ମାରିଲା ନାତି, ଗଛରେ ବାନ୍ଧିଲା ପୁଲିସ

https://www.facebook.com/nnsodia/videos/267154983995629/?t=5

ବେତନଟୀ: ନିଶାରେ ଜୀବନ ନେଲା ଜଣେ ନାତି | ପିଟିପିଟି ତାର ଜେଜେବାପାକୁ ଜୂବନରୁ ମାରିଲା ଦୃର୍ବୁତ୍ତ ନାତି | ଏପରି ଅବାବନୀୟ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁରେ | ସୁଚନାନୁଯାୟୀ, ହାଟରୁ ହାଣ୍ଡିଆ ପିଇ ଆସିବା ପରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାର ଜେଜେବାପାକୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ନାତିକୁ ଗିରଫ କରିଥିବା ଜଣାପଡିଛି । ମୃତ ଜେଜେବାପା ହେଉଛନ୍ତି ୭୦ ବର୍ଷିୟ ବେଣୁଧର ଦେହୁରୀ ଓ ଅଭିଯୁକ୍ତ ନାତି ହେଉଛି ୨୫ ବର୍ଷିୟ କାଳିଆ ଓରଫ ରାମଚନ୍ଦ୍ର ଦେହୁରୀ |
ସୁଚନାନୁଯାୟୀ, ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ସାପ୍ତାହିକ ହାଟରୁ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଜେଜେ ବାପାଙ୍କୁ ମକର ଖର୍ଚ୍ଚ ପାଇଁ ୧୦୦୦ଟଙ୍କା ମାଗିଥିଲା । ଜେଜେବାପା ଟଙ୍କା ଦେବାକୁ ମନା କରି ଦେବାରୁ କାଳିଆ ଘରର ସାମଗ୍ରୀ ଫୋପଡ଼ା ଫିଙ୍ଗା କରିବା ସହିତ ଜେଜେମାଆ ରମା ଦେହୁରୀଙ୍କୁ ମାଡ଼ ମାରି ଥିଲା । ସ୍ତ୍ରୀଙ୍କୁ ମାଡ଼ ହେଉଥିବା ଦେଖି ସ୍ୱାମୀ ବେଣୁଧର ଦେହୁରୀ ଏହାକୁ ବିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ଏକ କାଠ ମୋଗର୍‌ରେ ବେଣୁଧରଙ୍କୁ ପିଟିଥିଲା । ବେଣୁଧର ପଡ଼ିଯିବା ପରେ ତାଙ୍କ ବେକରେ ଏହି କାଠ ମୋଗର୍‌ ପକାଇ ଚିପି ଧରି କାଳିଆ ଜେଜେ ବେଣୁଧରଙ୍କୁ ହତ୍ୟା କରିଥିଲା । ଖବରପାଇ ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଭିଯୁକ୍ତ କାଳିଆ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଧରି ଏକ ଗଛରେ ବାନ୍ଧି ଦେଇଥିବାର ଜଣା ପଡିଛି ।

ଲୁହା ରଡ ସହ ଖେଳିବା ମହଙ୍ଗା ପଡିଲା ଶିଶୁକୁ, ଛାତିରେ ପଶିଲା….

 

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here