ବାତ୍ୟା ପରବର୍ତୀ ସ୍ଥିତି ମୁକାବିଲାରେ ସରକାର ବିଫଳ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର :  ବାତ୍ୟା “ତିତଲି” ସ୍ଥଳଭାଗକୁ ଛୁଇଁବା ପରବର୍ତୀ ସମୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ବର୍ଷା, ପବନ ଓ ବନ୍ୟାଜନିତ କ୍ଷୟକ୍ଷତି ମୁକାବିଲା କରିବା ଓ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ଶୋଚନୀୟ ଭାବେ ବିଫଳ ଜୋଇଛନ୍ତି । ବାତ୍ୟା ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତ ରହିଲେ । କିନ୍ତୁ ବାତ୍ୟା ଆସି ସ୍ଥଳଭାଗ ଛୁଇଁବା ପରେ ସମସ୍ତେ ପରବର୍ତୀ ସ୍ଥିତିପ୍ରତି ସଜାଗ ରହିଲେନାହିଁ । ସେଥିପାଇଁ ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଆଦି ଜିଲ୍ଲାରେ ବର୍ଷା ଓ ବନ୍ୟା
ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି, ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା । ସେହି ସବୁ ଜିଲ୍ଲାରେ ଏକାଧିକ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ମୁତୟନ କରାଯିବାର ଜରୁରୀ ଆବଶ୍ୟକତା ଥିଲା କିନ୍ତୁ ତାହା କରାଗଲା ନାହିଁ । ଯେଉଁଥିପାଇଁ ଶତାଧିକ ପଂଚାୟତର ଅଧିବାସୀ ପାଣି ଘେରରେ ରହିଛନ୍ତି । ସେହିସବୁ ଲୋକଙ୍କୁ ପାଣିଘେରରୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ଖାଦ୍ୟ, ଔଷଧ, ପାନୀୟ ଜଳ ଯୋଗାଇବା ସହିତ ଗୃହପାଳିତ ପଶୂଙ୍କ ପାଇଁ ଖାଦ୍ୟ ଯୋଗାଇବା ଏବଂ ସେମାନଙ୍କୁ ନିରାପଦ ସ୍ଥାନକୁ ଆଣିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here