ଏନଟିପିସିକୁ ନେଇ ସରକାର ଭୁଲ ତଥ୍ୟ ଦେଉଛନ୍ତି : ଧମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ଏନଟିପିସିର ବିଦ୍ୟୁତ ପ୍ରକଳ୍ପ ଟିଟିପିଏସ-୩କୁ ରାଜ୍ୟ ସରକାର ତୁରନ୍ତ ଅନୁମତି ପ୍ରଦାନ ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହା ସହ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ କେବେ ବି ସିରିୟସ ନଥିଲେ ବୋଲି କହିଛନ୍ତି । ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ପହଁଞ୍ଚିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି । ଏନଟିପିସିକୁ ପ୍ରକଳ୍ପକୁ ୧୯୬୪ରେ ପଣ୍ଡିତ ଜବହାରଲାଲ ନେହେରୁ ଶୁଭ ଦେଇଥିଲେ । ୯୦ ଦଳକରେ ବିଜୁବାବୁଙ୍କୁ ହସ୍ତକ୍ଷେପ କରିଥିଲେ । ୨୦୨୧ ମସିହା ସୁଦ୍ଧା ଟିଟିପିଏସ ପ୍ରକଳ୍ପ ପୁରୁଣା ହୋଇଯିବ ଓ ପଯ୍ୟପରଣ କାରଣରୁ ବନ୍ଦ ହୋଇଯିବ । ମାତ୍ର କେନ୍ଦୀୟ ରାଷ୍ଟ୍ରୟତ୍ତ ଉଦ୍ୟୋଗ ଏନଟିପିସି ଏହାର ସଂପ୍ରସାରଣ କରି ନୂଆ କରି ପୁଣି ପ୍ରକଳ୍ପକୁ ନିର୍ମାଣକୁ ରାଜ୍ୟ ସରକାର ଅନୁମତି ନଦେବା ନେଇ କେନ୍ଦ୍ରମନ୍ତ୍ରୀ କ୍ଷୌଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତେକ୍ଷପ ଦାବି କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଏନଟିପିସି ପ୍ରକଳ୍ପ ନେଇ ସରକାରଙ୍କ ଯୁକ୍ତି ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ ।
ରାଜ୍ୟ ସରକାର ଏନଟିପିସିର ବାର ପ୍ରକଳ୍ପ ବିଜୁଳି କ୍ରୟ ପାଇଁ ପିପିଏ କରିଛନ୍ତି । ଏହି ପ୍ରକଳ୍ପରୁ ବିଜୁଳି କିଣିବା ମହଙ୍ଗା ହୋଇଥିବା କହି ଓଡିଶାର ଟିପିଏସ ଫେଜ- ୩କୁ ପ୍ରଥ୍ୟାଖାନ କରିବା ଓଡିଶା ଶିଳ୍ପାୟନକୁ ଧକ୍କା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟରେ ରେଳ, ବିମାନବନ୍ଦ୍ର ଓ ବିଜୁଳି ଆଦି ଢାଞ୍ଚାଗତ ବିକାଶରେ ହଜାରହଜାର କୋଟି ଟଙ୍କା ମୁକ୍ତ ହସ୍ତରେ ବ୍ୟୟ କରିଛନ୍ତି । ରାଜ୍ୟ ସରକାର ଏଥିରେ ସହେଯାଗୀ ହେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here