ଧାନର ସହାୟକ ମୂଲ୍ୟ ୨୫୦ ଟଙ୍କା ଯାଏଁ ବଢ଼ିଲା, ରାଜନୀତିକ ଆରୋପ ପ୍ରତ୍ୟାରୋପ ଜାରି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ରାଜ୍ୟରେ ରାଜନୈତିକ ମୋଡ଼ ନେଇଛି । ରାଜ୍ୟ ସରକାର ମୂଲ୍ୟବୃଦ୍ଧି ନେଇ ବାରମ୍ବାର ଦାବି କରିଚାଲିଛନ୍ତି । ଜୁନ୍ ସୁଦ୍ଧା ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଜ୍ୟସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଏଥିରେ କେନ୍ଦ୍ର ବିଳମ୍ବ କରୁଥିବାରୁ ଏହାକୁ ନେଇ ସମାଲୋଚନା କରାଯାଇଛି । ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ହେଲେ ଏହି ବିବାଦ ଭିତରେ କେନ୍ଦ୍ର ସରକାର ଆଜି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ଯାଏଁ ବୃଦ୍ଧି କରିଛନ୍ତି । ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରୁ ୧୮୦୦ ଟଙ୍କା ଯାଏଁ ବଢ଼ିଛି । ଏବେ ଧାନର ସହାୟକ ମୂଲ୍ୟ୧୫୫୦ ଟଙ୍କା ଅଛି । ହେଲେ ଏହି ବୃଦ୍ଧିକୁ ନେଇ ବିଜେଡି ସନ୍ତୁଷ୍ଟ ନୁହେଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଉତ୍ପାଦିନ ଫସଲର ମୂଲ୍ୟ ଖର୍ଚ୍ଚର ଦେଢ଼ଗୁଣା କରିବା ପାଇଁ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୱିଣ୍ଟାଲପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଥିଲା । ବିଧାନସଭାରେ ମଧ୍ୟ ଏଥିନେଇ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା । ବାଚସ୍ପତି ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାହା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ସମୟ ନ ଦେବାରୁ କମିଟି ଯାଇପାରିଲାନାହିଁ । ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବହୁ ଆରୋପ, ପ୍ରତ୍ୟାରୋପ ହୋଇଛି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖାଯାଇଥିଲା । ୨୦୧୮-୧୯ ଖରିଫ୍ ବର୍ଷରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୪୫ ଟଙ୍କା ଓ ‘ଏ’ ଗ୍ରେଡ ଧାର ମୂଲ୍ୟ ୧୭୭୦ ଟଙ୍କା କରିବା ପାଇଁ ଗଠିତ କମିଶନ ସୁପାରିଶ୍ କରିଥିଲେ । କିନ୍ତୁ ଏହାକୁ ବିଭିନ୍ନ ରାଜ୍ୟ ପକ୍ଷରୁ ବିରୋଧ କରାଯାଇଥିଲା । କିନ୍ତୁ ସହାୟକ ମୂଲ୍ୟ ବିଳମ୍ବ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ସାଧାରଣ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କା ଓ ଏ ଗ୍ରେଡ୍ ଧାର ମୂଲ୍ୟ ୧୯୭୦ ଟଙ୍କା କରିବା ଲାଗି କେନ୍ଦ୍ର ସରକାଙ୍କୁ ପ୍ରସ୍ତାବ ଦିଆଯାଇଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଗତ ମାର୍ଚ୍ଚ ୩୧ରେ ସେ ନିଜେ କେନ୍ଦ୍ର କୃଷିମନ୍ତ୍ରୀ ରାଜାମୋହନଙ୍କୁ ଚିଠି ଲେଖିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚିଠିର ଉତ୍ତର ଦେଉନାହାଁନ୍ତି ବୋଲି ମଙ୍ଗଳବାର ମହାରଥୀ ଗଣମାଧ୍ୟମକୁ କହିଛନ୍ତି । ସେ କହିଥିଲେ ପ୍ରତିବର୍ଷ ଜୁନ୍ ମାସରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇଥାଏ ବର୍ଷ ସେ କଥା ହେଲାନି । ଅନ୍ୟ ପଟରେ କମିଶନ ୧୭୪୫ ଓ ୧୭୭୦ ଟଙ୍କା ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ କେଉଁ ସତ୍ୟ ଓ ତଥ୍ୟ ଆଧାରରେ ଚାଷୀଙ୍କ ବିକାଶ କଥା କହୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଏପରି କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଧାନର ସହାୟକ ମୂଲ୍ୟ ବୃଦ୍ଧି ହେଉଥିବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ମୋଦି ସରକାର ଘୋଷଣା କରିଥିଲେ ଚାଷୀଙ୍କ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଅଧିକ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯିବ । ଜୁନ୍ ମାସରେ ଏହା ଧାର୍ଯ୍ୟ ହେବା କଥା କିନ୍ତୁ ତାହା ହେଲାନି? ଏହି ଘୋଷଣା ନ ହେବାରୁ ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବୋଲି ସେ କହିଛନ୍ତି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ, ସଚିବାଳୟରେ ବସିବସସି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ କେବଳ ଭାଷଣବାଜୀ ମାଧ୍ୟମରେ ରାଜ୍ୟର ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ନିଜ ଦୋଶ ଲୁଚାଇବାକୁ କେନ୍ଦ୍ରକୁ ଦୋଷ ଠେଲୁଛନ୍ତି ବୋଲି କହିଛନ୍ତି । ଏହି ବାଦବିବାଦ ମଧ୍ୟରେ ଆଜି କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ୨୫୦ ଟଙ୍କା ଯାଏଁ ବଢ଼ାଇଛନ୍ତି ବୋଲି ଜଣାଯାଇଛି । ପୂର୍ବରୁ କ୍ୱିଣ୍ଟାଲ ପିଛା ୪୦ ରୁ ୫୦ ଟଙ୍କା ବଢ଼ୁଥିଲା ବେଳେ ଏଥର ଏକାଥରେ ୪ରୁ ୫ ଗୁଣା ବଢ଼ାଛନ୍ତି । କିନ୍ତୁ ବିଜେଡି ଏଥିରେ ଖୁସି ହୋଇନାହିଁ । ସମାଲୋଚନା କରିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here