ବିବାହ ଋତୁରେ ବଢିଲା ସୁନାର ଦର, ଗ୍ରାହକ ଚିନ୍ତାରେ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଗତ ମାସରୁ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଦେଶରେ ସୁନାର ଚାହିଦା ବଢିଯାଇଥିବାର ସୂଚନା ମିଳୁଛି । ଏହା ସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଏହା ଫଳରେ ସୁନା ଦର ଆଜି ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି ଓ ରୁପା ମଧ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୨,୬୨୦ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ଏବେ ୩୯,୨୫୦ ଟଙ୍କାରେ ବିକ୍ରି ହୋଇଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୯୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୬୨୦ ଓ ୩୨,୪୭୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇ ଆଉନ୍ସ ପିଛା ୧୨୭୮.୧୦ ଡଲାରରେ ପହଞ୍ଚିଛି । ସେହିପରି ରୁପା ଆଉନ୍ସ ପିଛା ୧୫.୨୬ ଡଲାରରେ ପହଞ୍ଚିଯାଇଛି |

 

1 COMMENT

  1. I?¦m no longer sure where you are getting your information, however great topic. I needs to spend some time studying much more or working out more. Thank you for fantastic information I was looking for this information for my mission.

ମତାମତ ଦିଅନ୍ତୁ

Please enter your comment!
Please enter your name here