ସିଟି ବସ୍ ରେ ଅସଦାଚରଣ: ଚପଲରେ ପିଟିଲେ ଯୁବତୀ

2

ଭୁବନେଶ୍ୱର: ଏବେ ସମୟ ଆସିଛି ନିଜେ ହିଁ ନିଜର ସୁରକ୍ଷା କରିବାର ବେଳ । ରାଜଧାନୀ ସିଟି ବସ୍ ଭିତରେ ଜନୈକା ଯୁବତୀଙ୍କୁ ପାଖ ସିଟରେ ବସିଥିବା ସହଯାତ୍ରୀ ଯୁବତୀଙ୍କୁ କଲେ ଅସଦାଚରଣ । ତେବେ ଯୁବତୀ ଜଣକ ଏସବୁ ସହ୍ୟ କରିନପାରି ଯୁବକଙ୍କୁ ତାଙ୍କ ପିନ୍ଧା ଚପଲରେ ପିଟିଛନ୍ତି । ପୀଡ଼ିତା ଜଣକ ଚପଲରେ ପିଟୁଥିବା ଦୃଶ୍ୟ ଏବେ ଭାଇରାଲ ହେବା ଯୋଗୁଁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ।

ଘଟଣାଟି ଘଟିଛି ଖଣ୍ଡଗିରିରେ । ଜାତୀୟ ରାଜପଥରେ ସିଟି ବସ୍ ଚାଲୁଥିବା ସମୟରେ ଏହି ଘଟଣା ଘଟିଚାଲିଥିଲା ।

ଏବେ ଭୁବନେଶ୍ୱରରେ ଏହି ଭାଇରାଲ୍ ଭିଡ଼ିଓଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାଖ ସିଟରେ ବସିଥିବା ଯୁବକ ଜଣକ ପାଖରେ ବସିଥିବା ଯୁବତୀଙ୍କ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରିବାକୁ ଚେଷ୍ଟା କରିବା ପରେ ଯୁବତୀ ଜଣକ ହଠାତ୍ ସିଟ୍ ରୁ ଉଠିପଡ଼ି ଚିଲ୍ଲାଇଥିଲେ । ବସ୍ ରେ ଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ଓହ୍ଲାଇ ପଡ଼ି ବାହାରି ଯିବାକୁ କହିବାରୁ ଯୁବକ ଜଣକ ସେମିତି କିଛି ଦୁଷ୍କର୍ମ କରିନାହାନ୍ତି ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୀଡ଼ିତା ଯୁବତୀ ଜଣକ ତାଙ୍କ ଚପଲ ଖୋଲି ଯୁବକଙ୍କୁ ବାଡ଼େଇଥିଲେ । ଏହି ଭିଡ଼ିଓରେ ଥିବା ଦୃଶ୍ୟରେ ଜଣେ ଅଳ୍ପ ବୟସ୍କା ଯୁବତୀ ଚପଲରେ ଯୁବକଙ୍କୁ ପିଟୁଥିବାର ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି ।

ତେବେ କମିଶନରେଟ ପୁଲିସ ଡ଼ିସିପି ଅନୁପ ସାହୁ କହିଛନ୍ତି ଏ ସଂକ୍ରାନ୍ତରେ ତାଙ୍କ ପାଖରେ କୌଣସି ଏତଲା ଦିଆଯାଇନାହିଁ । ଏହି ଭାଇରାଲ ଭିଡ଼ିଓଟିକୁ ଆମେ ଯାଞ୍ଚ କରୁଛୁ । ପୁଲିସ ଘଟଣା ସମ୍ପର୍କରେ ତନାଘନା ଚଳାଇଛି ବୋଲି ଡ଼ିସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here