ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ମିଳିଲା ୫୭ ଲକ୍ଷ

https://www.facebook.com/nnsodia/videos/267154983995629/?t=5

ଦୁନିଆରେ ଆଜି ବି ମାନବିକତା ଭରି ରହିଥିବାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏପରି ଘଟିଛି ଦିଲ୍ଲୀରେ । ଗୋଟିଏ ଦୁଃଖଭରା ଫଟୋ ଭାଇରାଲ ହେବା ପରେ ଗୋଟିଏ ଗରିବ ପରିବାରକୁ ପାଖାପାଖି ୫୭ ଲକ୍ଷ ଟଙ୍କା ମିଳିଛି । ଏହି ଫଟୋକୁ ଟ୍ୱିଟରରେ ୩୧ ହଜାର ଥର ସେୟାର କରାଯାଇଛି । ସୁଚନା ମୁତାବକ, ଦିଲ୍ଲୀର ୩୭ ବର୍ଷୀୟ ଅନୀଲ କୁମାର କାମ କରୁଥିବା ବେଳେ ଉପରୁ ତଳକୁ ଗଳି ପଡିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାପରେ ଜଣେ ଟ୍ୱିଟର ୟୁଜର ଏକ ଫଟୋ ସେୟାର କରିଲେ ଯେଉଁଥିରେ ବାପାଙ୍କ ଶବ ପାଖରେ ଜଣେ ୧୧ ବର୍ଷୀୟ ପୁଅ ଠାଆ ହୋଇ କାନ୍ଦୁଥିବାର । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ପରିବାରକୁ ସହାୟତା କରିବା ଲାଗି ଯୋଜନା ହେଲା । ମାତ୍ର ଦୁଇଦିନରେ ଉକ୍ତ ପରିବାରକୁ ୫୭ ଲକ୍ଷ ଟଙ୍କା ଦିଆଗଲା । ରିପୋର୍ଟ ମୁତାବକ, ସୁରକ୍ଷା ଉପକରଣ ପିନ୍ଧିନଥିବରୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଅନିଲଙ୍କ ପରିବାରରେ ସ୍ତ୍ରୀ ଓ ୩ ଛୁଆ ଅଛନ୍ତି । ପରିବାରର ଏମିତି ଅବସ୍ଥା ଥିଲା ଯେ ଶବକୁ ମେଡିକାଲ ତ ଦୁରର କଥା ମଶାଣି ନବା ପାଇଁ ଭଡା ନଥିଲା । କିନ୍ତୁ ଆଜି ଉକ୍ତ ପରିବାର ଲ କ୍ଷାଧିକ ଟଙ୍କାର ମାଲିକ ।

ମତାମତ ଦିଅନ୍ତୁ

Please enter your comment!
Please enter your name here