୪ବର୍ଷ ମକୋଦ୍ଦମାର ଘଟିଲା ଅନ୍ତ , ୧୫୦ ଶିଶୁଙ୍କୁ ହତ୍ୟା କରିଥିବା ୧୪ ଆତଙ୍କବାଦୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ପାକିସ୍ତାନରେ ୧୫୦ ଶିଶୁଙ୍କୁ ହତ୍ୟା କରିଥିବା ୧୪ ଆତଙ୍କବାଦୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ସୈନ୍ୟ ଅଦାଲତ ଶୁଣାଇଛି । ସେନା ପ୍ରମୁଖ ଜେନେରାଲ କମର ଜାଭେଦ ୱାଜବା ସ୍ଥାନୀୟ ସୈନ୍ୟ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ କରି ଏହି ୧୪ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ୨୦୧୪ ଡିସେମ୍ବରରେ ପେଶୱାରର ଏକ ସ୍କୁଲରେ ୧୫୦ ଶିଶୁଙ୍କୁ ହତ୍ୟା କରିବା ପରେ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ମୋକଦ୍ଦମାର ଶୀଘ୍ର ଶୁଣାଣି କରିବାକୁ ସୈନ୍ୟ ଅଦାଲତ ଗଠନ କରାଯାଇଥିଲା । ସେନା କହିଛି କି ୱାଜବା ୧୪ ଦୁର୍ଦ୍ଦାନ୍ତ ଆତଙ୍କବାଦୀମାନଙ୍କ ଶୁଣାଣି କରାଯାଇଥିବା ମୃତ୍ୟୁ ଦଣ୍ଡ ଘୋଷଣା କରିଦେଇଛନ୍ତି । ଏମାନେ ସମସ୍ତେ ଆତଙ୍କବାଦ ସହିତ ବିଭିନ୍ନ ଗମ୍ଭୀର ଅପରାଧ ଗୁଡିକରେ ମଧ୍ୟ ଜଡିତ ଅଛନ୍ତି । ଏଥିସହିତ ଏମାନେ ସୁରକ୍ଷାକର୍ମୀଙ୍କୁ ହତ୍ୟା, ଆଇନ ପ୍ରବର୍ତନ ଏଜେନ୍ସୀ ଉପରେ ଆକ୍ରମଣ କରିବା, ନିରୀହମାନଙ୍କୁ ହତ୍ୟା କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ଅଭିଯୋଗରେ ମଧ୍ୟ ଜଡିତ ଅଛନ୍ତି । ମିଳିଥିବା ଖବର ଅନୁଯାୟୀ, ସେମାନେ ୨୨ ଲୋକଙ୍କୁ ହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରେ ୩ ସାଧାରଣ ନାଗରିକ ଥିବା ବେଳେ ୧୯ ଜଣ ସୁରକ୍ଷା କର୍ମୀ ମୃତ୍ୟୁ ବରଣ କରିଥିଲେ । ଏହି ଆତଙ୍କବାଦୀଙ୍କର ସ୍ୱତନ୍ତ୍ର ସୈନ୍ୟ ଅଦାଲତରେ ମୋକଦ୍ଧମା ଚାଲିଥିଲା । ସେଠାରେ ସମନ୍ତେ ନିଜ ଅପରାଧ ସ୍ୱୀକାର କରିଥିଲେ ବୋଲି ସୂଚନା ମିଳିଛି ।