ଗଣମାଧ୍ୟମକୁ ନିରଞ୍ଜନଙ୍କ ଚ୍ୟାଲେଞ୍ଜ ଓ ତାଗିଦ୍

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ୧୨.୬.୨୦୧୮: ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ବା ୱାନ ମ୍ୟାନ୍, ୱାନ ପୋଷ୍ଟ ପ୍ରସଙ୍ଗକୁ ନେଇ କଂଗ୍ରେସରେ ବିବାଦ ଜୋରଦାର ହେଉଛି । ଗଣମାଧ୍ୟମରେ ଏହି ଖବର ଆସିବା ପରେ ପରେ ଦଳର ବହୁ ନେତା ଖୋଲାଖୋଲି ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । କିନ୍ତୁ ମଙ୍ଗଳବାର ଏ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପାଲଟା ଚ୍ୟାଲେଞ୍ଜ କରିବା ସହ ତାଙ୍କ ଦଳୀୟ କାର୍ଯ୍ୟରେ ମୁଣ୍ଡ ନପୁରାଇବାକୁ ତାଗିଦ କରିଛନ୍ତି । ୱାନ୍ ମ୍ୟାନ୍, ୱାନ ପୋଷ୍ଟ କଥା କିଏ କହିଛି ବୋଲି ଗଣମାଧ୍ୟମକୁ ପାଲଟା ପ୍ରଶ୍ନ କରିବା ସହ ଏହାର ଭିଡିଓ କ୍ଲିପିଂ ଦେଖାଇବାକୁ ନରିଞ୍ଜ ଆହ୍ୱାନ କରିଛନ୍ତି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ ନିର୍ବାଚନ ଜିତିବାର ସମ୍ଭାବନା ଯାହାର ଥିବ ସେ ହିଁ ପାର୍ଥୀ ହେବ ।
କଂଗ୍ରେସର ୪ ଜଣ ବିଧାୟକ ନବ କିଶୋର ଦାସ, ପ୍ରକାଶ ବେହେରା, ଦେବେନ୍ଦ୍ର ଶର୍ମା ଓ ଜାକବ୍ ପ୍ରଧାନ ଜିଲ୍ଲା ସଭାପତି ଥିଲେ । ପ୍ରକାଶ ବେହେରା କଟକ ଜିଲ୍ଲା ସଭାପତି ପଦରୁ ହଠାତ୍ ଇସ୍ତଫା ଦେବା ପେରେ ଏହାକୁ ନେଇ ପ୍ରଶ୍ନ ଉଠିଲା । କାରଣ ପୂର୍ବରୁ ସେ ବିଜେଡିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କଂଗ୍ରେସର ମିଶ୍ରଣ ପର୍ବ ଗତ ୬ତାରିଖରେ ଦଳୀୟ କାର୍ଯ୍ୟାଳୟରେ ଚାଲିଥିଲାବେଳେ ଏ ପ୍ରସଙ୍ଗ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ଅଧିକ କାର୍ଯ୍ୟ କରିବା ପାଇଁ ଏବଂ ଆସନ୍ତା ନିର୍ବାଚନରେ ଜିତିବା ପାଇଁ ସମୟ ଦରକାର । ଏଣୁ ଇସ୍ତଫା ଦେଇଥିବା କଥା କହିଥିଲେ । ଏଘଟଣାକୁ ନେଇ ସେତେବେଳେ ସୂଚନା ଦିଆଯାଉଥିଲା ଜଣେ ବ୍ୟକ୍ତି ଗୋଟିଏ ପଦବୀକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ନେଇ ଗଣମାଧ୍ୟମରେ ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ କଥା ପ୍ରସାରିତ ଓ ପ୍ରକାଶ କରାଗଲା । ଏ ଖବର ଆସିବା ପରେ ଦଳର କେତେକ ଜିଲ୍ଲାର ସଭାପତି ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତାକୁ କରିବାକୁ ଚାହୁଁଛନ୍ତି ବା ଆଗ୍ରହ ରଖିଛନ୍ତି ସେମାନେ ପ୍ରତିକ୍ରୟା ପ୍ରକାଶ କଲେ । ଖୋର୍ଦ୍ଧା ଜିଲ୍ଲାର ସଭାପତି ସୁରେଶ ରାଉତରାୟ ଏନିୟମକୁ ମାନିବି ନାହିଁ ବୋଲି ସିଧାସଳଖ କହିଲେ । ଆସନ୍ତା ନିର୍ବାଚନରେ ତାଙ୍କୁ ଛିଡ଼ାହୋବକୁ କେହି ରୋକି ପାରିବେ ନାହିଁ ବୋଲି ଘୋଷଣା କଲେ । ଏହି ଘଟଣାପରେ ଦଳର କ୍ରମେ ଅସନ୍ତୋଷ ବଢ଼ିବାରେ ଲାଗିଲା ଓ ବିବାଦ ମୁଣ୍ଡ ଟେକିଲା ।
ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତିି, “୩ଜଣ ବିଧାୟକ ସଭାପତି ଅଛନ୍ତି । ଆସନ୍ତା ନିର୍ବାଚନରେ ସେମାନେ ପ୍ରାର୍ଥ ହେବ । ଏଣୁ ସେମାନେ ନିର୍ବାଚନମଣ୍ଡଳରେ ସମୂର୍ଣ୍ଣଭାବେ ମନ ନିବେଶ କରିବା ପାଇଁ ତାଙ୍କୁ ଏଥିରୁ ଅବ୍ୟାହତ ଦିଆଯାଇଛି । ଆମର ପ୍ରାର୍ଥୀ କିଏ ହେବ ସେ ବିଷୟରେ ମଧ୍ୟ ଆପଣମାନେ ଚର୍ଚ୍ଚା କରୁଛନ୍ତି । ପ୍ରଥମ କଥା ହେଉଛି ଜିତିବାର ସମ୍ଭାବନା ଯାହାଙ୍କର ଥିବ ସେ ହିଁ ପ୍ରାର୍ଥୀ ହେବ । ଏଥିସହ ମହିଳା, ଯୁବକ ଓ ନୂଆ ମୁହଁକୁ ଗୁରୁତ୍ୱ ଦିଆଯିବ । ଯାହାଙ୍କର ଜିତିବାର ସମ୍ଭାବନା ଥିବା ପ୍ରଥମେ ତାଙ୍କୁ ଗୁରୁତ୍ୱ ଦିଆଯିବ । ସେତେବେଳେ ଯିଏ ଯେଉଁ ପଦବୀରେ ରହୁନା କାହିଁକି ପ୍ରାର୍ଥୀ ହେବେ । ଆମର ୩ଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି । ଏହା ବୋଲି ସେମାନେ କ’ଣ ଛିଡ଼ା ହେବେନି । ମୁଁ ପିସିସି ସଭାପତିରେ ଅଛି ତା’ ବୋଲି ମୁଁ କ’ଣ ଛିଡ଼ା ହେବିନି । ଆପଣମାନେ ଅଯଥା ଅପପ୍ରଚାର କରୁଛନ୍ତି କଂଗ୍ରେସ ବିରୋଧରେ । ଜଦି ଜିତିବାର ସମ୍ଭାବନା ଥିବ ସେ ସଭାପତି ହେଉ ସେ ସେକ୍ରେଟାରୀ ହେଉ କି କାର୍ଯ୍ୟକାରୀ ସଦସ୍ୟ ହେଉ ସେ ଲଢ଼ିବ । ଏସବୁ ମିଡିଆର ଅପପ୍ରଚାର । କିଏ କହିଛି, ମୁଁ କହିଛି କି ୱାନ୍ ମ୍ୟାନ୍ ପୋଷ୍ଟ? କେଉଁ ଭିଡିଓରେ ଅଛି ମତେ ଦେଖାଅ । ମୁଁ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ କଥା କହିଛି । କଉଠି କହିଛି ଦେଖାଅ?”
ସଭାପତି କହିଛନ୍ତି, “ଟିକେଟ୍ ପ୍ରଦାନ ନେଇ ଏ କଥା ସ୍ପଷ୍ଟ ଯେ ଭୁବନେଶ୍ୱରରେ ନିଷ୍ପତ୍ତି ହେବ ନାହିଁ । ତାହା ଗାଁ ସ୍ତରରୁ ନିଷ୍ପତ୍ତି ହୋଇ ହୋଇ ଆସିବ । ବିଜୟ ସମ୍ଭାବନାକୁ ପ୍ରଥମେ ଦିଆଯାଉଛି ଏଣୁ ପୁରୁଣା ମୁହଁ ଯାହାକର ଜିତିବାର ସମ୍ଭାବନା ଥିବ ତାକୁ ପ୍ରାର୍ଥୀ କରାଯିବ ।”
କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା ଦଳୀୟ ବିବାଦ ସଂପର୍କରେ ପ୍ରଶ୍ନ କରାଯିବାରୁ ପିସିସି ସଭାପତି ଗଣମାଧ୍ୟମକୁ ତାଗିଦ କରିଥିଲେ । ନିରଞ୍ଜନ କହିଥିଲେ, “ସେଇଟା ସେମାନଙ୍କର ବ୍ୟକ୍ତିଗତ କଳହ । ଆପଣ କାହିଁକି ସିଆଡକୁ ଯାଉଛନ୍ତି । ଆମ ପରିବାରର କଥା ଆମେ ତାକୁ ସମାଧାନ କରିବୁ । ଆପଣ ମୁଣ୍ଡ କାହିଁକି ବିନ୍ଧୁଛି ।”
ଉଲ୍ଲେଖଯୋଗ୍ୟ ଯେ କୋରାପୁଟ ଜିଲ୍ଲା କଂଗ୍ରେସରେ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ତୀବ୍ରତର ହୋଇଛି । ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୃଷ୍ଣ ଅଡି ବସିଛନ୍ତି । ଆଉ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାୟକ ପଦରୁ ଓ ଦଳରୁ ଧମକ ଦେଇଛନ୍ତି । ଏକ୍ଷେତ୍ରରେ ଯେତେବେଳେ ତାରାଙ୍କ ପତ୍ନୀ ମୀନାକ୍ଷୀଙ୍କୁ ଦଳ ପୁଣି ଜିଲ୍ଲା ସଭାପତି କଲା ସେତେବେଳେ ସଗରିଆ କ୍ଷୁବ୍ଧ ହୋଇ ବିରୋଧାତ୍ମକ ପ୍ରତିକ୍ରିୟା ରଖିଥିଲେ । ସୋମବାର ତାରାଙ୍କ ବାସଭବନରେ କଂଗ୍ରେସର ଏକ ବୈଠକ ବସି ଆଲୋଚନା ହୋଇଥିଲାବେଳେ ସଗରିଆ ଆସିନଥିଲେ । ଫଳରେ କୋରାପୁଟ ଜିଲ୍ଲା କଂଗ୍ରେସରେ ଦଳୀୟ ବିବାଦ କଥା ଉଠିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here