ଟ୍ରାଇର ନୂଆ ନିୟମ, ୧୫୩ ଟଙ୍କା ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ ଦର୍ଶକ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଆଉ ପନ୍ଦର ଦିନ ପରେ ଅର୍ଥାତ୍ ଆସନ୍ତା ଫେବୃଆରୀ ୧ରୁ ଟ୍ରାଇ ଦ୍ୱାରା ପ୍ରଚଳିତ ନୂଆ ନିୟମ ଦେଶରେ ଲାଗୁ ହେବାକୁ ଯାଉଛି । ଆଗକୁ ଦର୍ଶକମାନେ ଯେଉଁ ଚ୍ୟାନେଲ୍‌ ଦେଖିବେ, ସେଥିପାଇଁ କେବୁଲ ଅପରେଟର କିମ୍ବା ଡିଟିଏଚ୍‌ କମ୍ପାନୀଙ୍କୁ ତା’ର ଟଙ୍କା ଦେବେ । କିନ୍ତୁ ଜଣେ ବ୍ୟକ୍ତି ମାସକୁ ମାତ୍ର ୧୫୩ ଟଙ୍କା ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ ବୋଲି ସୂଚନା ମିଳିଛି । ଆଜି ଏନେଇ ଟ୍ରାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଯଦି କେହି କୌଣସି ଚ୍ୟାନେଲ୍‌ ସବ୍‌ସ୍କ୍ରାଇବ୍‌ କରୁନାହାନ୍ତି, ତା’ହେଲେ ସେମାନେ ମାସକୁ ୧୫୩.୪୦ ଟଙ୍କା(ଜିଏସ୍‌ଟି ସହ) ଦେୟମୁକ୍ତ ୧୦୦ଟି ଚ୍ୟାନେଲ ଦେଖିପାରିବେ । ତେବେ ଗ୍ରାହକମାନେ ଯଦି ଦେୟଯୁକ୍ତ ଚ୍ୟାନେଲ୍‌ ଦେଖିବାକୁ ଚାହିଁବେ, ତା’ହେଲେ ଜାନୁଆରୀ ୩୧ ସୁଦ୍ଧା ନିଜ ପସନ୍ଦର ଚ୍ୟାନେଲ ବାଛିବାକୁ ପଡ଼ିବ । କାରଣ ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ । ଯଦି ଦର୍ଶକମାନେ ଏହି ନିୟମ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଟ୍ରାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ ୦୧୧-୨୩୨୩୭୯୨୨ ଓ ୦୧୧-୨୩୨୨୦୨୦୯ ନମ୍ବରକୁ କଲ୍‌ କରି ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ । ଏହା ବ୍ୟତୀତ ଇ-ମେଲ୍‌ ଜରିଆରେ ମଧ୍ୟ ଗ୍ରାହକମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । ଏଥିପାଇଁ ଟ୍ରାଇ ପକ୍ଷରୁ advbcs-2@trai.gov.in or arvind@gov.in ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ଦେୟଯୁକ୍ତ ଚ୍ୟାନେଲର ମୂଲ୍ୟ ୧୯ ଟଙ୍କାରୁ ଅଧିକ ହେବନାହିଁ ବୋଲି ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here