ଅଜଗର ପିଠିରେ ଯାତ୍ରା କରୁଛନ୍ତି ୧୨ ଟି ବେଙ୍ଗ

ଅଷ୍ଟେଲିୟା:କୁହାଯାଏ ବର୍ଷା ହେଉ କି ଝଡ଼ ତୋଫାନ ସେଥିରେ ଆମେ ଆମ ନିଜ ଲୋକ ମାନଙ୍କୁ ସୁରକ୍ଷୀତ ରଖିବା ପାଇଁ ସଦାସର୍ବଦା ଚେଷ୍ଟା କରିଥାଉ ଏବଂ କରୁ ମଧ୍ୟଏହା ତ ସମସ୍ତେ ଦେଖିଥିବେ । କିନ୍ତୁ ଅଷ୍ଟେଲୀୟାର କୁନୁନ୍ଉରା ସହରରେ ଦେଖାଯାଇଛି ଏମିତି ଏକ ଦୃଶ୍ୱ ଯାହାକୁ ସହଜରେ ବିଶ୍ୱାଶ କରିବା କଷ୍ଟ । କିଛି ଦିନ ତଳେ ପ୍ରବଳ ମାତ୍ରାରେ ବର୍ଷା ହୋଇ ବନ୍ୟା ସୃଷ୍ଟି ହୋଇଥିଲା ।ସେହି ସମୟରେ ପାଖାପାଖି ୧୨ ଟି ବେଙ୍ଗ ନିଜକୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତର କରିବାପାଇଁ ସାହାରା ନେଇଥିଲେ ପାଖାପାଖି ୧୧ ଫୁଟ ଲମ୍ବା ଏକ ଅଜଗରର । ସେହି ଅଜଗର ପିଠିରେ ବସି ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ଏହାର ଭିଡିଓଟ ଏବଂ ଫଟୋ ସୋସିଆଲ ସାଇଟ୍ରେ ଭାଇରାଲ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲ ି ।