You are here
Home > ପଲିଟିକ୍ସ > ବଲାଙ୍ଗୀରରେ ଫଳକ ରାଜନିତି : ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ସେଇ ପ୍ରକଳ୍ପର ପୁଣି ଶୁଭ ଦେଲେ ବିଜେଡି ସାଂସଦ

ବଲାଙ୍ଗୀରରେ ଫଳକ ରାଜନିତି : ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ସେଇ ପ୍ରକଳ୍ପର ପୁଣି ଶୁଭ ଦେଲେ ବିଜେଡି ସାଂସଦ

ବଲାଙ୍ଗୀର  : ବଲାଙ୍ଗୀରରେ ଫଳକ ରାଜନିତି ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ମୁହା ମୁହିଁ  ହୋଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସାଂସଦ କଳିକେଶ ସିଂହଦେଓ । ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ସାଂସଦ ପ୍ରକଳ୍ପ ଉଦଘାଟନ କରିବାର ଦିନକ ପରେ ସେଇ ପ୍ରକଳ୍ପକୁ ପୁଣି ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗୀର ସାଂସଦ କଳେକେଶ ନାରାୟଣ ସିଂହଦେଓ । ଏହାକୁ ନେଇ ମୁହାଁ ମୁହଇଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ପାଣ୍ଡିରେ ଆଗରେ ଧାରଣା ଦେଇଛି କଂଗ୍ରେସ । ଦେଓଗାଁ ଠାରେ ଏକ ଆଦର୍ଶ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ପ୍ରଥମେ ବିଧାୟକ ପରେ ସାଂସଦ କରିଛନ୍ତି ଭିତ୍ତିପ୍ରସ୍ତର ସ୍ଥାପନ ସେପଟେ ଗତ କାଲି ବିଧାୟକ ନରସିଂହ ମିଶ୍ର କରିଥିବା ଭିତ୍ତିପ୍ରସ୍ତା ସ୍ଥାପନକୁ ଭଙ୍ଗା ଯାଇଥିବା ଅଭିଯୋଗ କରିଛି କଂଗ୍ରେସ ଏନେଇ ଦେଓଗାଁ ଫାଣ୍ଡିରେ ଧାରଣା ଦେବା ସହ କରିଛି ବିକ୍ଷୋଭ

ଗୋଟିଏ ଗାଁ , ଗୋଟିଏ ସ୍ଥାନ  ପ୍ରକଳ୍ପ ମଧ୍ୟ ଗୋଟିଏ ହେଲେ ଭିତ୍ତିପ୍ରସ୍ତର ସ୍ଥେପନ  ହୋଇଛି ଦୁଇଟି ବଲାଙ୍ଗୀର ଦେଓଗାଁ ବ୍ଲକ ଚନ୍ଦ୍ରପୁର ଗାଁରେ ହୋଇଛିଗତ କାଲି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କରିଥିଲେ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କୋଟି ୧୭ ଲକ୍ଷ ୧୬ ହଜାର ୬୩୫ ଟଙ୍କା ବ୍ୟାୟରେ କରାଯାଉଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣର ଭିତ୍ତି ପ୍ରସ୍ତରକରିଥିଲେ ନରସିଂହ ମିଶ୍ର ହେଲେ ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ସେଇ ପ୍ରକଳ୍ପକୁ ପୁଣି ଥରେ ଉଦଘାଟନ କରିଛନ୍ତି ବଳାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ  ବାଇକ ରାଲିରେ ଆସି ବେଶ ଆଡମ୍ବରରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି  ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଦୁଇଟି ଦୁଇଟି ଫଳକ ତାହା ପୁଣି ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଘଟଣା ଏବେ ବେଶ ଚର୍ଚ୍ଚା ବିଷୟ ପାଲଟିଛି ବଲାଙ୍ଗୀର ଜିଲ୍ଲାରେ ଏହାକୁନେଇ କଂଗ୍ରେସ ପକ୍ଷରୁ ଧାରଣ ଦିଆଯାଇଥିଲା ।

Loading...
ONA

Leave a Reply

Top