ଛାଡଖାଇରେ ପ୍ରସ୍ତୁତ କରନ୍ତୁ ଚାଉଳବଟା ଖାସି ମାଂସ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ସାଧାରଣତଃ ଛୋଟରୁ ବଡ ଯାଏଁ ସମସ୍ତେ ଭେଜ ଠାରୁ ଅଧିକ ନନଭେଜ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି | ତେବେ ନନଭେଜରେ ପୁଣି ଅଲଗା ଅଲଗା ଫ୍ଲେଭର ସହିତ ବିଭିନ୍ନ ସ୍ବାଦର ଖାଇବାକୁ ଆହୁରି ପସନ୍ଦ କରିଥାନ୍ତି ବୋଲି ଶୁଣିବାକୁ ମିଳେ | ତେବେ କେବେ ଚାଉଳବଟା ସହ ମଟନ କଶା ଖାଇଛନ୍ତି କି …ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଛାଡଖାଇରେ ପରିସିବା ନିଜ ଲୋକଙ୍କ ସହ |

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଚାଉଳ ବଟା, ଅଦା ରସୁଣ ଓ ପିଆଜ ପେଷ୍ଟ୍‌, ତେଲ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଓ ଧନିଆ ପେଷ୍ଟ୍‌, ଚାଉଳ ବଟା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଛୋଟ ଛୋଟ କରି କାଟି ଦେଇ ଧୋଇ ଏକ ପାତ୍ରରେ ରଖନ୍ତୁ । ତା’ପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ । ତେଲ ଗରମ ହୋଇଯିବା ପରେ ସେଥିରେ ଲଙ୍କା ଗୁଣ୍ଡ ପକାଇବା ସଙ୍ଗେ ସଙ୍ଗେ ଅଦା ରସୁଣ ଓ ପିଆଜ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ସେଥିରେ ଜିରା ଓ ଧନିଆ ପେଷ୍ଟ୍‌ ପକାଇ କଷନ୍ତୁ । ମସଲା କଷି ହୋଇଯିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଲଦୀ ପାଉଡର ସହ ମାଂସ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । କିଛି ସମୟ ପରେ ମାଂସରୁ ପାଣି ବାହାରିବା ପରେ ସେଥିରେ ଆଉ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ମାଂସ ସଝିଯିବା ପରେ ସେଥିରେ ଚାଉଳ ବଟା ପକାଇ ଗୋଳାଇ ଦେଇ ୫ ମିନିଟ୍ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ମାଂସ ଅଳ୍ପ ବହଳିଆ ହୋଇ ଆସିଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚାଉଳ ବଟା ମାଂସ ଝୋଳ । ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ । ଏବଂ ଆର୍ଶୀବାଦ ନିଅନ୍ତୁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here