ଚାଉଳ ବଟା ଖାସି ମାଂସ ତରକାରୀ ଖାଆନ୍ତୁ ଓ ଶୀତର ମଜା ନିଅନ୍ତୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାର ଲାଗିଥିବାବେଳେ ଲୋକ ଏହାକୁ ବହୁ ମାତ୍ରାରେ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛନ୍ତି | ଏହି ଋତୁରେ ଅଧିକରୁ ଅଧିକ ଆମିଷ କାିବାକୁ ଭଲ ଲାଗେ | ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଚାଉଳ ବଟା ଖାସି ମାଂସ ତରକାରି |

ସାମଗ୍ରୀ: ଖାସି ମାଂସ, ଚାଉଳ ବଟା, ଅଦା ରସୁଣ ଓ ପିଆଜ ପେଷ୍ଟ୍‌, ତେଲ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଓ ଧନିଆ ପେଷ୍ଟ୍‌, ଚାଉଳ ବଟା

food-recipe-of-chaula-bhata-mansa-jhola

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଛୋଟ ଛୋଟ କରି କାଟି ଦେଇ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଲଙ୍କା ଗୁଣ୍ଡ ପକାଇବା ସଙ୍ଗେ ସଙ୍ଗେ ଅଦା ରସୁଣ ଓ ପିଆଜ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ।ତା’ପରେ ସେଥିରେ ଜିରା ଓ ଧନିଆ ପେଷ୍ଟ୍‌ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଲଦୀ ପାଉଡର ସହ ମାଂସ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ମାଂସରୁ ପାଣି ବାହାରିବା ପରେ ସେଥିରେ ଆଉ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମାଂସ ସଝିଯିବା ପରେ ସେଥିରେ ଚାଉଳ ବଟା ପକାଇ ଗୋଳାଇ ଦେଇ ୫ ମିନିଟ୍ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ମାଂସ ଅଳ୍ପ ବହଳିଆ ହୋଇ ଆସିଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବଟା ମାଂସ ଝୋଳ। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ ।

ଶୀତର ମଜା ଉଠାନ୍ତୁ ଚିକେନ ଭାଜି ଖାଇ, ଜାଣିନିଅନ୍ତୁ ପ୍ରଣାଳୀ…

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here