ଦାନ୍ତର ଯତ୍ନ କିପରି ନେବେ, ପଢନ୍ତୁ ଏହି ଖବରରେ….

ଭୁବନେଶ୍ୱର: ନିଜକୁ ସୁସ୍ଥ ରଖିବା ଏବଂ ସୁନ୍ଦର ଦାନ୍ତ ଲାଗି ଆମେ ଦାନ୍ତ ଘଷିଥାଉ | ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍‌ କରିବସୁ ଓ ଏହାଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ । ତେବେ କେମିତି ସାବଧାନ ରହି ବ୍ରସ୍‌ କରିବେ ଓ ଦାନ୍ତୁ ମଜବୁତ୍‌ ଓ ସୁସ୍ଥ ରଖିବେ, ଜଲନ୍ତୁ ଜାଣିବା…
ଲମ୍ବା ସମୟ ବ୍ରସ୍‌କୁ ବ୍ୟବହାର କରନ୍ତୁ ନାହିଁ: ସାଧାରଣତଃ ପ୍ରାୟ ବ୍ୟକ୍ତି ତାଙ୍କର ବ୍ରସ୍‌କୁ ବର୍ଷ ବର୍ଷ ଧରି ବ୍ୟବହାର କରିଥା’ନ୍ତି । ଏହା ଯୋଗୁଁ ଦାନ୍ତ ମାଢ଼ି ଖରାପ ହୋଇବସେ ଓ ମୁହଁରେ ଦୂର୍ଗନ୍ଧ ମଧ୍ୟ ଜମା ହୋଇଥାଏ । ଏଥିପାଇଁ ବ୍ରସ୍‌କୁ ୨ରୁ ୩ ମାସ ମଧ୍ୟରେ ବଦଳାଇ ଦେବା ଉଚିତ୍‌ ।
ଖୁବ୍‌ ଶୀଘ୍ର ବ୍ରସ୍‌ କରନ୍ତୁ ନାହିଁ: ପ୍ରାୟ ଲୋକେ ସମୟ ବଞ୍ଚାଇବା ପାଇଁ ଦାନ୍ତକୁ ୩୫ ରୁ ୪୫ ସେକେଣ୍ଡ ମଧ୍ୟରେ ବ୍ରସ୍‌ କରିଥାନ୍ତି । ଏମିତି କରିବା ଦ୍ୱାରା ଦାନ୍ତ ଓ ମୁହଁ ଠିକ୍‌ ଭାବେ ସଫା ହୋଇ ନ ଥାଏ । ବ୍ରସ୍‌ କରିବା ପାଇଁ ୨ ମିନିଟ୍‌ ସମୟ ନିଅନ୍ତୁ, ଯାହା ଆବଶ୍ୟକ ଅଟେ ।
ଡେଣ୍ଟାଲି ଫ୍ଲାସ୍‌ ବ୍ୟବହାର କରନ୍ତୁ: ନିଶ୍ଚିତ ଭାବରେ ଦିନକୁ ଥରେ ଡେଣ୍ଟାଲି ଫ୍ଲାସ୍‌ ବ୍ୟବହାର କରିବା ଉଚିତ୍‌ । କାରଣ ବ୍ରସ୍‌ର ବିସଲ୍‌ସ ଯେଉଁ ସ୍ଥାନକୁ ପହଞ୍ଚି ପାରି ନଥାଏ ସେଠି ରହିଥିବା ଦୂର୍ଗନ୍ଧକୁ ସହଜରେ ଏହା ସଫା କରିପାରେ ।
ଠିକ୍‌ ଭାବେ ଜିଭକୁ ସଫା କରନ୍ତୁ: ପ୍ରାୟ କିଛି ଲୋକ ବ୍ରସ୍‌ କରି ସାରିଲା ପରେ ଜିଭକୁ ସଫା କରିବା ଜରୁରୀ ବୋଲି ଭାବନ୍ତି ନାହିଁ । କିନ୍ତୁ ଜିଭ ମଧ୍ୟ ସଫା କରିବାଟା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଜିଭକୁ ପରିଷ୍କାର ରଖିବା ଦ୍ୱାରା ମୁହଁକୁ ଦୂର୍ଗନ୍ଧ ଆସି ନ ଥାଏ ଓ ବ୍ୟାକ୍ଟେରିଆ ମଧ୍ୟ ଚାଲିଯାଏ ।
ଶୋଇବା ପୂର୍ବରୁ ବ୍ରସ୍‌ କରନ୍ତୁ: ସାଧାରଣତଃ ସମସ୍ତେ ଦିନକୁ ଥରେ କେବଳ ବ୍ରସ୍‌ କରିଥାନ୍ତି । କିନ୍ତୁ ବହୁତ୍‌ ଲୋକେ ଜାଣିନଥିବେ କି ଦିନକୁ ୨ ଥର ବ୍ରସ୍‌ କରିବା ଉଚିତ୍‌ । ପ୍ରତ୍ୟେକ ଦିନ ସକାଳେ ଉଠିଲା ପରେ ଓ ରାତି ସୋଇବା ପୂର୍ବରୁ ନିଶ୍ଚିତ ଭାବେ ବ୍ରସ୍‌ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ମୁହଁରୁ ଦୂର୍ଗନ୍ଧ ଯିବା ସହ ଦାନ୍ତ ସୁସ୍ଥ ଓ ମଜବୁତ୍‌ ରହିବ ।

ମୁହଁରୁ ଦାଗ ଦୂରେଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ…