ଫ୍ଲୋରୋସିସ ରୋଗର ଜାଣନ୍ତୁ ଲକ୍ଷଣ ଓ ପ୍ରତିକାର, ପଢ଼ନ୍ତୁ ଏହି ଖବର…

ଭୁବନେଶ୍ୱର:ଫ୍ଲୋରୋସିସ ଏମିତି ଏକ ପ୍ରକାର ସଂକ୍ରାମକ ରୋଗ ଯେ ଏହି ରୋଗ ସାଧାରଣତଃ ଫ୍ଲୋରାଇଡ ମାତ୍ରା ଅଧିକ ଥିବା ଏବଂ ଜଳ ଯୁକ୍ତ ଖାଦ୍ୟ ଖାଇଲେ ହୋଇଥାଏ । ଯେମିତିକି କଳା ଚା, ଳେମ୍ବୁ ଚା, ସୌନ୍ଧବ ଲୁଣ, ତମାଖୁ, ଗୁଆ, ଡବାରେ ଥିବା ଫଳ ରସ, ଗୁପ୍ଚୁପ୍, ଚାଟ୍ ପରି ଫ୍ଲୋରାଇଡ୍ ପରିମାଣ ଅଧିକ ଥିବା ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେଲେ ଆମ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ସହ ସମସ୍ୟା ଦେଖାଯାଏ । ଖୁବ୍ ଶିଘ୍ର ବାର୍ଦ୍ଧକ୍ୟ ମାଡିଆସେ । ରୋଗୀ ବିକଳାଙ୍ଗ ଏବଂ ଅକମର୍ଣ୍ୟ ହୋଇଯାଏ । ଏହା ସାଧାରଣତଃ ସହଜରେ ଜଣାପଡ଼େ ନାହିଁ । ହେଲେ ଯଦି ଏହାର ଲକ୍ଷଣ ଗୁଡ଼ିକ ଚିହ୍ନି ଆମେ ଉଚିତ୍ ସମୟରେ ଏହାର ଚିକିତ୍ସା କରାଇ ନେବା ତା ହେଲେ କିଛି ଅଧିକ ହେବାରୁ ବଢ଼ିପାରିବେ । ଆସନ୍ତୁ ଯାଣିବା ଏହାର ଲକ୍ଷଣ କଣ ସବୁ ରହିଛି
ଲକ୍ଷଣ: ରୋଗୀର ଉପର ମାଢିର ଡାହାଣ ଦାନ୍ତରେ ଧଳା ରେଖା ପଡିବା । ପିଲାମାନଙ୍କ ଦାନ୍ତରେ ଧଳା ଦାଗ କିମ୍ବା କଷରା ଚିହ୍ନ ସହ ଦୁର୍ବଳ ହୋଇ ଖସିପଡିବା । ବୟସ୍କ ଲୋକମାନଙ୍କର ମେରୁଦଣ୍ଡ ଏବଂ ମୁଖ୍ୟ ଗଣ୍ଠିସବୁ କଠିନ ହୋଇ ଅଚଳ ହୋଇଯିବା, ମାଂସପେଶୀ ଦୁର୍ବଳତା,ରକ୍ତହିନତା, ଅବସାଦ, ସ୍ନାୟୁଦୁର୍ବଳତା, ପେଟ ଦରଜ, କୋଷ୍ଠ କାଠିନ କିମ୍ବା ପତଳା ଝାଡା ପ୍ରଭୁତି ହୁଏ ।
ପ୍ରତିକାର : ଫ୍ଲୋରୋସିସ କାରଣ ଗୁଡିକ ଠୁ ଦୁରେଇ ରହିବା ଯେମିତିକି ଅପଦୂଷିତ ପାଣି ବ୍ୟବହାର ନକରିବା ଏବଂ ଏସବରୁ ମୁକ୍ତି ପାଇବା ପାଇଁ କ୍ୟାଲସିୟମ, ଭିଟାମିନ୍ ଡି, ଭିଟାମିନ୍ ସି, ଲୌହସାର ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟପଦାର୍ଥ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ନିୟମିତ ବ୍ୟାୟାମ କରିବା ,ସୁସ୍ଥ ଖାଦ୍ୟ ଖାଇବା ନିଜକୁ ସବୁବେଳେ ସଫା ସୁତୁରା ରଖିବା ଦ୍ୱାରା ଏହିରେ ରୋଗୁ ମୁକ୍ତି ପାଇପାବେ ।