୫ ବର୍ଷର ଶିଶୁ କନ୍ୟାକୁ ୧୧ ବର୍ଷର ନାବାଳକ କଲା ଦୁଷ୍କର୍ମ

https://www.facebook.com/nnsodia/videos/267154983995629/?t=5

ମୁରାଦନଗର: ଦେଶରେ ସବୁଠାରୁ ବଡ ସମସ୍ୟା ହୋଇଗଲାଣି ଦୁଷ୍କର୍ମ | ରାତିପାହିଲେ କେଉଁଠି ନା କେଉଁଠି ଦୁଷ୍କର୍ମ ହୋଇଥିବାର ଖବର ନଜରକୁ ଆସୁଛି | ତେବେ ଦୁଷ୍କର୍ମ ତ ହେଉଛି କିନ୍ତୁ ଦୁଷ୍କର୍ମ ମଧ୍ୟରେ ସବୁଠାରୁ ଅଧିକ ଦୁଷ୍କର୍ମ ନାବାଳିକା ଦୁଷ୍କର୍ମ କିମ୍ବା ଶିଶୁ ଦୁଷ୍କର୍ମ ହେଉଛି | ତେବେ ଦୁଷ୍କର୍ମ ପାଇଁ ସରକାରଙ୍କ ପକ୍ଷରୁ କଡା ଆଇନ ଥିବା ସର୍ତ୍ତ୍ୱେ ଲୋକେ କାହିଁକି ନ ଡରି ଏତେ ମାତ୍ରାରେ ଦୁଷ୍କର୍ମ କରୁଛନ୍ତି ତାକୁ ନେଇ ସାଧାରଣ ଚର୍ଚ୍ଚା ସୃଷ୍ଟି ହେଉଛି | ଆଜି ଏକ ଏପରି ଖବର ସାମନାକୁ ଆସିଛି ଯାହାକୁ ନେଇ ସାରା ଦେଶ ଅାଷ୍ଚର୍ଯ୍ୟ ହେଉଛି | ଦୁଷ୍କର୍ମ କ’ଣ ଜାଣିବା ପୂର୍ବରୁ ଜଣେ ୧୧ ବର୍ଷର ନାବାଳକ ଜଣେ ୫ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ କରି ଫେରାର ଥିବା ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁରାଦନଗର ଥାନା ଅଞ୍ଚଳରେ | ନାବାଳକ ଜଣଙ୍କ ଘର ବାହାରେ ଥିବା ପଡ଼ିଆରେ ଖେଳିବା ଲାଗି ଶିଶୁକନ୍ୟାକୁ ଡାକିନେଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା ବୋଲି ସୂଚନା ମିଳୁଛି । ସ୍ଥାନୀୟ ଲୋକେ ଏସଂପର୍କରେ ଅବଗତ ହେବା ପରେ ରକ୍ତାକ୍ତ ଅବସ୍ଥାରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ରିପୋର୍ଟ ଅନୁସାରେ ନାବାଳିକା ନିଜ ପରିବାର ସହିତ ମୁରାଦନଗର ଅଞ୍ଚଳରେ ଏକ ଗାଁରେ ରହୁଛି । ପଡୋଶୀ ଘରେ ରହୁଥିବା ୩ୟ ଶ୍ରେଣୀ ଛାତ୍ର ନାବାଳିକାକୁ ଖେଳିବା ପାଇଁ ଘର ସମ୍ମୁଖରେ ଥିବା ପଡ଼ିଆକୁ ଡାକି ନେଇଥିଲା । ସେଠାରେ ସେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା । ଘଟଣା ପରେ ନାବଳକ ଫେରାର ହୋଇଥିବା ବେଳେ ଶିଶୁକନ୍ୟା ବଡ଼ ପାଟିରେ ଚିତ୍କାର କରିଥିଲା । ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ନାବାଳକ ପାଇବା ପରେ ତାକୁ ସମସ୍ତ ଘଟଣା ବିଷଯରେ ପଚରା ଉଚରା ତକୁଥି ବୋଲି ସୂଚନା ମିଳୁଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here