ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

କୋରାପୁଟ: କୋରାପୁଟ ଜିଲା ନନ୍ଦପୁର ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ କେତେ ଜଣ ମୃତାହତ କିମ୍ବା ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମାଓବାଦୀମାନେ ନନ୍ଦପୁର ହାତିବାରୀ ଜଙ୍ଗଲରେ କ୍ୟାମ୍ପ କରିଥିବା ଖବର ପୁଲିସ ପାଇଥିଲା । ଏହା ପରେ ପୁଲିସ ଓ ଏସଓଜି ଯବାନମାନେ ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାପରେ ଯବାନମାନେ ମାଓବାଦୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଇଛି ।

ଆସିକାରେ ଗୁଳିକାଣ୍ଡ: ୧ ମୃତ