ମଝି ମସୁଦ୍ରରେ ‘ସାଗର ସମ୍ପଦା’ ଜାହାଜରେ ଲାଗିଲା ନିଆଁ

ମାଙ୍ଗାଲୋର(ଓଏନଏ): କର୍ନାଟକ ମାଙ୍ଗାଲୋର ତଟବର୍ତ୍ତୀ ସମୁଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜାହାଜରେ ନିଆଁ ଲାଗିଯାଇଥିଲା । ଭାରତୀୟ ତଟରକ୍ଷୀ ବାହୀ ପହଞ୍ଚି ଜାହାଜର ନିଆଁକୁ ଲିଭାଇବା ପରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି । ଜାହାଜରେ ଥିବା ୩୦ ନାବିକ ଏବଂ ୧୬ଜଣ ବୈଜ୍ଞାନିକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଉକ୍ତ ଜାହାଜର ନାଁ ସାଗର ସମ୍ପଦା । ଏଥିରେ ୩୦ ନାବିକ ଟିମ ଏବଂ ୧୬ବୈଜ୍ଞାନିକ ଥିଲେ । ରାତିରେ କୌଣସି କାରଣରୁ ଜାହାଜଟିରେ ନିଆଁ ଲାଗିଯାଇଥିଲା । ଏ ସମ୍ପର୍କରେ ଖବର ମିଳିବା ପରେ ତଟରକ୍ଷୀ ବାହିନୀର ଜାହାଜ ବିକ୍ରମ ଏବଂ ସୁର ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠରେ ତଟରକ୍ଷୀ ବଳ ସାଗର ସମ୍ପଦା ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବା ପରେ ଉକ୍ତ ଜାହାଜକୁ ମାଙ୍ଗାଲୋର ବନ୍ଦରକୁ ଅଣାଯାଉଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ ସୂଚନା ଦିଆଯାଇଛି ।

ଅକ୍ଷରଧାମ ମନ୍ଦିର ନିକଟରେ ଜଳିଗଲା କାର: ଜୀବନ୍ତ ଦଗ୍ଦ ହୋଇଗଲେ ୩ଜଣ