ପୁଣି କୁମ୍ଭମେଳାରେ ଲାଗିଲା ନିଆଁ, ଧୂଳାସାତ ହେଲା ଦୁଇଟି ଟେଣ୍ଟ ହାଉସ

ପ୍ରୟାଗରାଜ: ଆରମ୍ଭ ଦିନରୁ କୁମ୍ଭମେଳାରେ କିଛି ନା କିଛି ଅଘଟଣ ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଗଲା କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି କୁମ୍ଭମେଳାରେ କେଉଁଠି ନା କେଉଁଠି ଅଗ୍ନିକାଣ୍ଡ ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ପୁଣି ସେକ୍ଟର-୧୩ ସ୍ଥିତ ଗୋରଖନାଥ ଅଖାଡାର ଦୁଇଟି ଟେଣ୍ଟରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦମକଳ ଗାଡି ପହଂଚି ନିଆଁ ଉପରେ ଆୟତ୍ତ କରିନେଇଥିଲା । ଟେଣ୍ଟରେ ଥିବା କାଠ ଜିନିଷ ସବୁ ପାଉଁଶ ହୋଇଯାଇଛି । ନିଆଁ ଦ୍ୱାରା କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଲଗାତାର ପବନ ବହିବା ଦ୍ୱାରା ନିଆଁ ଲାଗିଛି । ଯାହା ଦ୍ୱାରା ସବୁ ଜଳି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୪ ଜାନୁୟାରୀକୁ ସେକ୍ଟର ୧୬ ସ୍ଥିତ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିଯାଇଥିଲା। ଜୋରରେ ପବନ ବହିବା ଯୋଗୁଁ ତମ୍ବୁରେ ନିଆଁ ଲାଗିଯାଇଥିଲା । ମକର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନର ପୂର୍ବ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିବା ଦ୍ୱାରା ଜିନିଷ ଜଳିପୋଡି ପାଉଁଶ ହୋଇଯାଇଥିଲ । କିନ୍ତୁ ଏଥିରେ କୌଣସି ଜନଜୀବନ ହାନୀ ହୋଇନଥିଲା । ତେବେ ଏପରି ବାରମ୍ବାର ନିଆଁ ଲାଗୁଥିବା ବେଳେ ସେଠାରେ କାହିଁକି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାୁନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |