ରେସଲରଙ୍କୁ ଚାଲେଞ୍ଜ ଦେଇ ରାକ୍ଷୀ ସାୱନ୍ତ ହଟହଟ୍ଟା

ମୁମ୍ବାଇ: ମହିଳା ରେସଲରଙ୍କ ଚାଲେଞ୍ଜକୁ ଗ୍ରହଣ କରି ବଲିଉଡ ତାରକା ରାକ୍ଷୀ ସାୱନ୍ତ ବହୁ ହଟହଟ୍ଟା ହୋଇଛନ୍ତି । ସିଡବ୍ଲୁଇ ଚାମ୍ପିୟନସିପରେ ମହିଳା ରେସଲର ରୋବେଲ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡି ଦେଇଥିଲେ । ଫଳରେ ରାକ୍ଷୀଙ୍କୁ ଜୋରଦାର ଆଘାତ ଲାଗିଥିଲା । ପରିସ୍ଥିତି ଏପରି ହୋଇଥିଲାଯେ ଷ୍ଟେଜ ଉପରେ ରଖିଙ୍କୁ ୫ରୁ ୮ ମିନିଟ୍ ପର୍ଯ୍ୟନ୍ତ ପଡିରହିବାକୁ ହୋଇଥିଲା |
ରାକ୍ଷୀ ଆଘାତ ପାଇଥିବା କଥା ଚାମ୍ପିୟନସିପର କର୍ମକର୍ତ୍ତା ଜାଣିବା ପରେ ରାକ୍ଷୀଙ୍କୁ ବାହାରକୁ ନେଇଆସିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଏହି ଘଟଣା ପଞ୍ଚକୂଳାର ତାଓ ଦେବୀ ଲାଲ ଷ୍ଟାଡିୟମରେ ଦିନିକିଆ ସିଡବ୍ଲୁଇ ଚାମ୍ପିୟନସିପ କାର୍ଯ୍ୟକ୍ରମରେ ଘଟିଥିଲା । ଏଠାରେ ରେସଲର ରୋବେଲ ପଞ୍ଚକୂଳାର ମହିଳାମାନଙ୍‌କୁ ଚାଲେଞ୍ଜ ଦେବାରୁ ରାକ୍ଷୀ ତାଙ୍କର ଚାଲେଞ୍ଜ ସ୍ୱୀକାର କରି ରିଙ୍ଗ ଭିତରକୁ ଯାଇଥିଲେ । ତେବେ ରିଙ୍ଗ ଭିତରକୁ ଯାଇ ରାକ୍ଷୀ ରୋବେଲଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ । ଏହି ସମୟରେ ଏକ ଗୀତ ମଧ୍ୟ ଚାଲୁ ହୋଇଥିଲା । ଉଭୟେ ଗୀତର ତାଳେ ତାଳେ ଡ୍ୟାନ୍ସ କରିଥଲେ । ଗୀତ ସରିବା କ୍ଷଣି ରୋବେଲ ସିଧା ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡି ଦେଇଥିଲେ । ଫଳରେ ରାକ୍ଷୀ ଆଘାତ ପାଇଥିଲେ |