You are here
Home > ଲାଇଫ୍ ଷ୍ଟାଇଲ୍ > ଚଳଚ୍ଚିତ୍ର ଗୋଲ୍ଡରେ ଅକ୍ଷୟ ଓ ମୌନିଙ୍କ ରୋମାନ୍ସ ଦେଖିବାକୁ ମିଳିବ

ଚଳଚ୍ଚିତ୍ର ଗୋଲ୍ଡରେ ଅକ୍ଷୟ ଓ ମୌନିଙ୍କ ରୋମାନ୍ସ ଦେଖିବାକୁ ମିଳିବ

ବମ୍ବେ: ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର “ଗୋଲ୍ଡ” । ଏଥିରେ ମୁଖ୍ୟ ଭୂମକାରେ ଅଛନ୍ତି ଖ୍ୟାତନାମା ଅକ୍ଷୟ କୁମାର ଓ ତାଙ୍କ ସହ ଅଛନ୍ତି ମୌନି ରାୟ । ଅକ୍ଷୟ ଓ ମୌନିଙ୍କ ଯୋଡ଼ିର ରୋମାନ୍ସ ଏହି ଚ୍ଚଳିତ୍ରରେ ମୁଖ୍ୟ ଆକର୍ଷଣ ବୋଲି କୁହାଯାଉଛି । ଚଳଚ୍ଚିତ୍ରରେ ବହୁ ରୋମାଟିକ୍ ସଙ୍ଗୀତ ରହିଛି । ଏଥିମଧ୍ୟରେ ‘ନେନୋ ନେ ବାନ୍ଧି…’ ଗୀତରେ ଅକ୍ଷୟ ଓ ମୌନିଙ୍କ ରୋମାନ୍ସ ସବୁଠୁ ବେଶୀ ଆକର୍ଷଣ ହୋଇଛି । ଦର୍ଶକମାନଙ୍କର ବି ଏହା ବେଶ୍ ପସନ୍ଦ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି । ଏହି ଦୁଇ ଯୋଡ଼ି ସମସ୍ତଙ୍କର ପସନ୍ଦ ପାଲଟିଛନ୍ତି । ଅକ୍ଷୟ ଓ ମୌନି ପୂର୍ବରୁ ବେଙ୍ଗଲୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିସାରିଛନ୍ତି । ଏହି ଚ୍ଚଳିତ୍ରର ଟ୍ରେଲର ରିଲିଜ୍ ହୋଇସାରିଛି । ଏହାକୁ ପ୍ରାୟ ୩୩ ନିୟୁତ ଦର୍ଶକ ଉପଭୋଗ କରିସାରିଲେଣି । ଏଥିରୁ ଚଳଚ୍ଚିତ୍ରର ଲୋକପ୍ରିୟତା ବଢ଼ିବ ବୋଲି କୁହାଯାଉଛି । ୟସର୍ ଦେଶାୟୀଙ୍କ କଣ୍ଠରେ ଗୀତ ବେଶ୍ ଆକର୍ଷଣୀୟ ହୋଇପାରିଛି । ଏହି ଚଳଚ୍ଚିତ୍ରରେ ଅନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି କୁନାଲ କପୁର, ଅମିତ ସାଦ ଓ ବିନିତ ସିଂହ ପ୍ରମୁଖ । ରିତେଶ ସିଧୱାନି ଏହାର ପ୍ରଯୋଜକ ଅଛନ୍ତି । ଚଳଚ୍ଚିତ୍ର ରିଲିଜ୍ ହେଲେ ବେଶ୍ ଲୋକପ୍ରିୟ ହେବା ନେଇ ସମସ୍ତେ ଆଶା ବାନ୍ଧିଛନ୍ତି ।

Loading...
ONA

Leave a Reply

Top