ବାପା ନା କଂସେଇ : ଶିଶୁ କନ୍ୟାକୁ ବୁଦା ମୂଳ ଫଙ୍ଗିଲା ବେଳେ ବାପାକୁ ଧରିଲେ ଗାଁ ଲୋକେ

1

ସୋର : କନ୍ୟା ସନ୍ତାନ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଠାରୁ ଆରମ୍ଭକରି ତାର ବିବାହ ବୟସ ପର୍ଯ୍ୟନ୍ତ ସରକାରଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ଏବେବି କିଛି ଲୋକଙ୍କ ପାଇଁ କନ୍ୟା ସନ୍ତାନ ହୋଇପଡିଛି ଅଲୋଡା । ପୁଣି ଜଣେ କଂସେଇ ବାପାର କାରନାମା ସାମ୍ନାକୁ ଆସିଛି । ବୋଝ ଭାବି ଶିଶୁ କନ୍ୟାକୁ ବୁଦା ମୂଳରେ ଫଙ୍ଗିଛି ବାପା । ଲୋକେ ଶିଶୁ କନ୍ୟାଟିକୁ ଉଦ୍ଧାର କରଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ବାଗୁଡି ମେଣ୍ଢାଗଡିଆ ଗାଁରେ । ଅଲୋଡା ହେଲା ଶିଶୁ କନ୍ୟା । ମା କୋଳରୁ ଛଡାଇ ଆଣି ଫିଙ୍ଗି ଦେଲା ବାପା । ଏଭଳି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ବାଗୁଡି ମେଣ୍ଢାଗଡିଆ ଗାଁରେ । ସୋର ଇଟୁଆ ଗାଁର କୈଳାସ ସାହୁ ଦୁଇ ବର୍ଷ ତଳେ ବାଗୁଡି ମେଣ୍ଢାଗଡିଆର ମାୟଧାର ଦେଙ୍କ ଝିଅକୁ ବିବାହ କରିଥିଲେ ।ବର୍ଷକ ତଳେ କୈଳାସଙ୍କର ଏକ ଝିଅ ଜନ୍ମ ହୋଇଥିଲା । କୈଳାସ ଆଶା କରିଥିଲେ ତାଙ୍କର ପୁଅଟି ହେବ ବୋଲି । ଏନେଇ ସବୁ ବେଳେ ମଦ ପିଇ ସ୍ତ୍ରୀ ସହ ପାଟିତୁଣ୍ଡ କରୁଥିଲେ ।କାଲି ଅପରାହ୍ନର କୈଳାସ ସ୍ତ୍ରୀ ଓ ଶିଶୁ କନ୍ୟାକୁ ନେଇ ଡାକ୍ତରଖାନା ଆସିଥିଲେ । ଫେରିବା ବେଳେ ପୁଣି ମଦ ପିଇ ସ୍ତ୍ରୀ ଠାରୁ ଝିଅକୁ ଛଡାଇ ଆଣି ଫେରାର ହୋଇଯାଇଥିଲେ । ଶିଶୁ କନ୍ୟାକୁ ବହୁ ଖୋଜାଖୋଜି କରି ପରିବାର ଲୋକେ ପାଇନଥିଲେ । ରାତିରେ ପଥଚାରୀ ମାନେ ଶିଶୁ କନ୍ୟାଟି କଳମ ବୁଦା ମୂଳରୁ ଠାବ କରିଥିଲେ । ଏହାପରେ କୈଳାସକୁ ଧରି ଲୋକେ ଉତ୍ତମ ମଧ୍ୟମ ଦେଇଥିଲେ । ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାର ଅବସ୍ଥା ଭଲ ଅଛି । ସ୍ଥାନୀୟ ପୋଲିସ ଖବର ପାଇ ସିଡବ୍ଲୁସି ମେମ୍ବରଙ୍କ ସହ ଗାଁକୁ ଯାଇ ଶିଶୁକୁ ଦେଖି ଫେରିଆସିଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନାହଁ। ଶିକ୍ଷିତ ସମାଜରେ କନ୍ୟା ସନ୍ତାନ ପ୍ରତି ଲୋକଙ୍କ ମନୋଭାବରେ ଯଥେଷ୍ଟ ପରିବର୍ତ୍ତନ ଆସିପାରିନାହିଁ । ଏଦିଗରେ ଆହୁରି ଅଧିକ ଜନସଚେତନତାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here