ବାପପୁଅ ଗୁଳିକାଣ୍ଡ : ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେଡି ସଭାପତି ଗିରଫ

https://www.facebook.com/nnsodia/videos/267154983995629/?t=5

କୋରାପୁଟ: ଗତ ସେପ୍ଟେମ୍ବର ୨୫ ତାରିଖରେ କୋରାପୁଟ ଜିଲା ଜୟପୁର ସହରର ରାଜନଅର ଛକରେ ବାପପୁଅଙ୍କୁ ଗୁଳିକରି ହତ୍ୟା କରିଥିବାର ମୁଖ୍ୟ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ଜୟପୁର ଜିଲ୍ଲାର ପୂର୍ବତନ ଯୁବ ବିଜେଡି ସଭାପତି ବିକାଶ ପାତ୍ର । ବିକାଶଙ୍କୁ ପଶ୍ଚିମବଙ୍ଗରେ ବିକାଶ ଥିବା ଖବର ପାଇ ପୋଲିସ ତାଙ୍କୁ ଆଜି ଗିରଫ କରିଛି । ଗୁଳିକାଣ୍ଡରେ ବାପା ନରେନ୍ଦ୍ର ନାଥ ନାୟକ ଓ ପୁଅ ସନ୍ତୋଷ ନାୟକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ବିକାଶ ପାତ୍ର ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ବିକାଶଙ୍କୁ ବିଜେଡି ଓ ପଦରୁ ନିଲମ୍ବନ କରାଯାଇଥିଲା । ପ୍ରକାଶ ଥାଉକି, ଏହି ଘଟଣାକୁ ନେଇ ଜୟପୁର ରାଜନୀତି ମଧ୍ୟ ଜୋର ଧରିଥିଲା ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here