ତିତିଲି ବାତ୍ୟାରେ ଫସଲ ନଷ୍ଟ ହେବାରୁ ବିଷ ପିଇ ଜୀବନ ହାରିଲେ ଚାଷୀ

https://www.facebook.com/nnsodia/videos/267154983995629/?t=5

କେନ୍ଦ୍ରାପଡା : ରାଜ୍ୟରେ ଚାଷୀ କେତେବେଳେ ଚାଷକୁ ନେଇ ତ କେତେବେଳେ ପଇସା କରଜକୁ ନେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳୁଛି | ଆଜି ପୁଣି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନପଙ୍ଗ ଗାଁରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀ ଜଣକ ହେଲେ ଗୌରାଙ୍ଗ ଚରଣ କାପ। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ଆସିଛି |
ଗୌରାଙ୍ଗ ତିନି ଏକର ଜମିରେ ଧାନ ଚାଷ କରିଥିଲେ । ତେବେ ତିତିଲି ବାତ୍ୟାରେ ସମସ୍ତ ଫସଲ ନଷ୍ଟ ହୋଇ ଯାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବାର ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ

Please enter your comment!
Please enter your name here