କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃଷି ମନ୍ତ୍ରୀ ମହାରଥୀଙ୍କ ନିଶାନା

0
1

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା । ପରୋକ୍ଷରେ ନିସାନା କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ଆଗଭଳି ଓଡ଼ିଶାକୁ ଧର୍ମେନ୍ଦ୍ରଙ୍କୁ ତୋଫାନୀ ଗସ୍ତ ନାହିଁ । ଦି ମାସ ହେଲା ତାଙ୍କୁ ସେମିତି ଟିଭିରେ ଦେଖିବାକୁ ମିଳୁନି କି ପେପରରେ ତାଙ୍କ ଫଟୋ ଦିଶୁନି । ବିଜେପୁର ଉପ ନିର୍ବାଚନକୁ ଧର୍ମେନ୍ଦ୍ରଙ୍କ ସହ ଲିଙ୍କ୍ କରି ଏଭଳି ଆକ୍ଷେପ କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାହାର ଜବାବ ଦେଇଛି ବିଜେପି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି କାହିଁକି ଏତେ ଡରୁଛି ବୋଲି ପ୍ରଶ୍ନ କରିଛି ବିଜେପି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆକ୍ଷେପ । କେନ୍ଦ୍ରମନ୍ତ୍ରୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ମହାରଥୀ । ଦୁଇମାସ ହେଲା ଓଡ଼ିଶାରେ ତାଙ୍କ ଦେଖାଦର୍ଶନ ନାହିଁ । ଟିଭି, ପେପରରେ ଆଉ ଆଗଭଳି ଧର୍ମେନ୍ଦ୍ରଙ୍କର ମୁହଁ ଦିଶୁନି ବୋଲି କହିଛନ୍ତି ମହାରଥୀ । ଛଳରେ ଏମିତି କହି ବିଜେପୁର ଉପ ନିର୍ବାଚନକୁ ଲିଙ୍କ୍ କରିଛନ୍ତି ମହାରଥୀ । ବିଜେପୁରରେ ବିଜେଡି ଜିତିବା ପରେ ଧର୍ମେନ୍ଦ୍ରଙ୍କ ଓଡ଼ିଶା ଗସ୍ତ ପୂର୍ବାପେକ୍ଷା କମିଥିବା ମହାରଥୀ ଦର୍ଶାଇଛନ୍ତି । ହେଲେ କାହିଁକି ସେ ଧର୍ମେନ୍ଦ୍ରଙ୍କୁ ମନେ ପକାଉଛନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର କିନ୍ତୁ ଦେଇନାହାଁନ୍ତି ।
ଦୁଇଦିନ ତଳେ ମଧୁବାବୁଙ୍କ ଜୟନ୍ତୀକୁ ଧୁମ୍ ଧାମରେ ପାଳନ କରାଯାଥିଲା । ଏହି ଅବସରରେ କଟକରେ ଆୟୋଜିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର । କୁହାଯାଉଛି, କେବଳ ଧର୍ମେନ୍ଦ୍ରଙ୍କ ପାଇଁ ହିଁ ଓଡ଼ିଶା ସରକାର ମଧୁ ଜୟନ୍ତୀକୁ ଆଡ଼ମ୍ବରରେ ପାଳିବାକୁ ବାଧ୍ୟ ହେଲେ । ସେପଟେ ଆଉ ୨ ଦିନ ପରେ ଖୋର୍ଦ୍ଧାରେ ମଧ୍ୟ ରାଜ୍ୟ ସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର । ବିଜେପିର ଯୁକ୍ତି, ବିଜେଡି ଧର୍ମେନ୍ଦ୍ରଙ୍କୁ ଡରୁଛି । ସେଥିପାଇଁ ବିଜେଡି ନେତାଏ ତାଙ୍କ ଉପରେ ନଜର ରଖିଛନ୍ତି । କଂଗ୍ରେସ ନେତା ସୁରେଶ ରାଉତରାୟ କିନ୍ତୁ ଧର୍ମେନ୍ଦ୍ରଙ୍କ ସମର୍ଥନରେ ବାହାରିଛନ୍ତି । କହିଛନ୍ତି, କେନ୍ଦ୍ରରେ କେବଳ ଜଣେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡ଼ିଶାର ଟେକ ରଖିଛନ୍ତି । ଆଉ ଓଡିଶା ପାଇଁ କାମ କରୁଛନ୍ତି । ପ୍ରତିଦିନ ଖବର କାଗଜ ଓ ଟିଭି ଖୋଲିଲେ ଧର୍ମେନ୍ଦ୍ର ହିଁ ଧର୍ମେନ୍ଦ୍ର । ଏକଥା ବୋଧେ ମହାରଥୀ ଜାଣି ପାରୁନାହାଁନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ବକହିଛନ୍ତି ବିଜେପି କହିଛି କଂସଙ୍କୁ ଶେଷ ବେଳେ ସବୁ ଯେମିତି କୃଷ୍ଣ ମୟ ଦେଖାଯାଉଥିଲା ବିଜେଡିକୁ ଏବେ ସେମିତି ସବୁ ଧର୍ମେନ୍ଦ୍ର ଧର୍ମେନ୍ଦ୍ର ଦେଖାଯାଉଛି ।
ବିଜେଡିକୁ
ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର ରହିବା ନୂଆ କଥା ନୁହେଁ । କାରଣ ଧର୍ମେନ୍ଦ୍ରଙ୍କ ରାଇଜ୍ ହିଁ ଓଡ଼ିଶା ରାଜନୀତିରେ, ବିଶେଷକରି ବିଜେଡି ପାଇଁ ନୂଆ ଚ୍ୟାଲେଞ୍ଜ ଆଣିଛି । ସେଥିପାଇଁ ବିଜେପିକୁ କାଉଣ୍ଟର କରିବାକୁ ମଝିରେ ମଝିରେ ଧର୍ମେନ୍ଦ୍ରଙ୍କ ଆଡ଼କୁ ନିଶାନା ସାଧୁଛନ୍ତି ବିଜେଡି ନେତାଏ ।

LEAVE A REPLY

Please enter your comment!
Please enter your name here