ପୁଣି ମାତିଲେ ହାତୀ, ଫସଲ ନଷ୍ଟ କରିବା ସହ ଚାଷୀକୁ ଦଳି ମାରିଲେ

ଗଞ୍ଜାମ: ପୁଣି ମାତିଲେ ହାତୀ | ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହାତୀପଲଙ୍କର ଉପଦ୍ରବ ହେଉଥିବାର ଦେଖିବାକୁ ମିଳିଛି । ଏହି ରେଂଜରେ ପ୍ରାୟ ୧୨ରୁ ଅଧିକ ହାତୀ ଗାଁ ଭିତରକୁ ପଶି ଆସିବା ସହ ବ୍ୟାପକ ଫସଲ ନଷ୍ଟ କରି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଚୂଡଙ୍ଗପୁରର ଆର.ଜୁରିଆ ପାତ୍ର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହାତୀପଲ ବିଲରେ ପଶି ଆସୁଥିବା ଖବର ପାଇ ଆଜି ସକାଳୁ ଆର.ଜୁରିଆ ପାତ୍ର ନିଜେ ଚାଷ କରିଥିବା ଫସଲକୁ ତଦାରଖ ପାଇଁ ଆସିଥିଲେ । ମାତ୍ର କିଛି ସମୟ ପରେ ତାଙ୍କ ମୃତଦେହକୁ ବିଲ ଭିତରୁ ଉଦ୍ଧାର କରାଯାଇଛି । ବିଲରେ ହାତୀପାଦର ଚିହ୍ନ ଥିବାରୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଘଟଣାସ୍ଥଳରେ ରେଂଜର ପରମାନନ୍ଦ ପାଣିଗ୍ରାହୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ହିଁ କରି ତାଙ୍କର ହୋଇଛି ବୋଲି ସ୍ପଷ୍ଟ ଜଣା ପଡିନାହିଁ |

ବଢୁଛି ହାତୀଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ବୃଦ୍ଧଙ୍କ ଜୀବନ ନେଲା ଦନ୍ତା ହାତୀ