You are here
Home > ବଡ଼ଖବର > ଅଦିନିଆ ବର୍ଷାରେ ଫସଲ ନଷ୍ଟ,ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଚାଷୀ

ଅଦିନିଆ ବର୍ଷାରେ ଫସଲ ନଷ୍ଟ,ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଚାଷୀ

ବରଗଡ଼ : ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଦିନିଆ ବର୍ଷାରେ କ୍ଷୟକ୍ଷତି ଯୋଗୁଁ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଚାଷୀ କନବାର ଗାଁର ଅକ୍ରୁର ବିଶି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଯୋଗୁଁ ବରପାଲି ଥାନା ଅନ୍ତର୍ଗତ କନବାର ଗାଁର କେତକ ଚାଷୀ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣା ବେଳେ ଅକ୍ରୁର ବିଶି ବିଷ ପିଇଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକୁର ନିଜର ଅଧା ଏକର ଜମିରେ ଧାନ ଚାଷ କରିଥିବା ବେଳେ ଆଉ ଅଢେଇ ଏକରରେ ଭାଗ ଚାଷ ଭାବେ, ମୋଟ ତିନି ଏକର ଜମିରେ ଚାଷ କରିଥିଲେ । ଗତ ୩୦ ତାରିଖ ରେ ବରଗଡ଼ ରେ ହୋଇଥିବା କରମାଡ଼ ରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ଆଜି ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମ ର କେତେକ ଚାଷୀ କ୍ଷତିପୂରଣ ଦାବି ପାଇଁ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସିଥିବା ବେଳେ କନବାର ଗ୍ରାମ ର ଆକୁର ବିଶି ନାମକ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

Loading...
ONA

Leave a Reply

Top