ଚେଇଁଶୋଇଛି ପ୍ରଶାସନ, ନାବାଳିକା ଅପହରଣର ୨୭ ଦିନ ପୂରି ଯାଇଥିଲେ ମଧ୍ୟ ତତ୍ପରତା ଦେଖାଉନାହିଁ ପୁଲିସ

https://www.facebook.com/nnsodia/videos/267154983995629/?t=5

ବାଙ୍କି : ରାଜ୍ୟରେ ଚୋରି, ଡାକାୟତି, ଅପହରଣ, ଲୁଟ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରି ଅଭାବନୀୟ ଘଟଣା ଘଟିବା ପଛରେ କେଉଁଠି ନାଁ କେଉଁଠି ପ୍ରଶାସନର ହିଁ ଭୁଲ ରହୁଛି ବୋଲି ଅନୁମାନ କରିହେଉଛି | କାହିଁକି ନା ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ସୂଚାଇ ଦେଉଛି କେତେ ମଜଭୁତ ଅଛି ଆମର ପ୍ରଶାସନ ବ୍ୟବସ୍ଥା | ଜଣେ ନାବାଳିକା ଦୀର୍ଘ ୨୭ ଦିନ ହେଲାଣି ଅପହରଣ ହୋଇଥିଲେ ମଧ୍ୟ ତା’ର କୌଣସି ପତ୍ତାମିଳୁ ନ ଥିବା ଅଭିଯୋଗ ହୋଇଛି | ତେବେ ଅପହରଣ ହେବା ପର ଠାରୁ ପୀଡିତାଙ୍କ ପରିବାର ଲୋକେ ବାରମ୍ବାର ପୁଲିସ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଫକ୍ଷରୁ କୌଣସି ତତ୍ପରତା ଦେଖାଯାଉନାହିଁ | ଫଳରେ ନିରାଶ ହୋଇ ବାରମ୍ବାର ଘରକୁ ଫେରୁଛନ୍ତି ଅସହାୟ ପରିବାର ଲୋକେ |
ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରେ | ଅପହରଣକୁ ନେଇ ବାରମ୍ବାର ବାଙ୍କି ଥାନାର ଦ୍ୱାରସ୍ଥ ହେବା ପରେ ପୀଡ଼ିତାଙ୍କ ପରିବାର ଡିଜିପିଙ୍କୁ ଟ୍ୱିଟ୍‌ କରି ଝିଅକୁ ଉଦ୍ଧାର କରିବାକୁ ଆକୁଳ ନିବେଦନ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀ ସହଯୋଗ କରୁ ନଥିବା କହି ସ୍ଥାନୀୟ ପୁଲିସ୍‌ ନିଜ ଉପରୁ ଦୋଷ ଛଡ଼ାଇ ଦେବାକୁ ଉଦ୍ୟମ କରୁଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୁକ୍ତଙ୍କ ପରିବାର ସହ ସ୍ଥାନୀୟ ପୁଲିସ୍‌ ଭିତିରିଆ ସମ୍ପର୍କ ରଖି ଝିଅକୁ ଉଦ୍ଧାର କରୁ ନଥିବା ଓ ଅଭିଯୁକ୍ତକୁ ଗିରଫ କରୁ ନଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ସ୍ଥାନୀୟ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅଭିଯୋଗ ମୁତାବକ, ଅକ୍ଟୋବର ୩୧ ତାରିଖ ରାତିରେ ଝିଅକୁ ଘରେ ନପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ, ଗାଁର ସଞ୍ଜୟ ବେହେରା ତାଙ୍କ ବାପା ଓ ବଡ଼ ଭାଇଙ୍କ ସହାୟତାରେ ଝିଅକୁ ଏକ ଅଟୋ (OD 05 AH 8347)ରେ ଅପହରଣ କରିନେଇଛନ୍ତି । ଏନେଇ ଗତ ୯ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବାଙ୍କି ଥାନାରେ ଏତଲା ଦିଆଯାଇଥିଲା । ହେଲେ ଘଟଣାକୁ ୨୭ ଦିନି ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ନାବାଳିକା ଝିଅକୁ ଉଦ୍ଧାର କରିପାରିନାହିଁ କି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏପରିକି ଅଭିଯୁକ୍ତଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାଡ ମାରିବାକୁ ଓ ଝିଅକୁ ହତ୍ୟା କରିଦେବାକୁ ଧମକ ଦେଉଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏତେଥର ପରିବାର ଲୋକେ ଅଭିଯୋଗ କରିବା ସର୍ତ୍ତ୍ୱେ ପୁଲିସ କାହିଁକି ନୀରବ ରହୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହେଉଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here